ଟିବିଆଇ ପକ୍ଷରୁ ବିଦ୍ୟାଳୟ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ

0

ସାଲେଭଟା /ଶାସକ ପ୍ରଶାସକ ରୁ ଗୁରୁ ଶଙ୍କର ପାଇକ-: ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ପରିବେଶ ସଚେତନତା ସୃଷ୍ଟି କରିବା ପାଇଁ ଟିବିଆଇ(ଟାଟା ବିଲଡିଂ ଇଣ୍ଡିଆ )ଆରମ୍ଭ କରିଛି ବିଦ୍ୟାଳୟ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ | ଗତ ତା 8/8/2023 ରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଧୀନ ସାଲେଭଟା ଗାଁ ସ୍ଥିତ କେପିଏମ ଏମ ବାଳିକା ଉଚ୍ଚ ବିଦ୍ୟାଳୟ ରୁ ତାର ଏହି କାର୍ଯ୍ୟକ୍ରମ କୁ ଟିବିଆ ଇ ଆରମ୍ଭ କରିଛି | ଉକ୍ତ ବାଳିକା ବିଦ୍ୟାଳୟ ର ତିରିଶ ଜଣ ଛାତ୍ର ଛାତ୍ରୀ ସିନିଅର ବିଭାଗରେ, କୋଡିଏ ଜଣ ଜୁନିଅର ବିଭାଗରେ, ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରର ସତୁରି ଜଣ ଛାତ୍ର ଛାତ୍ରୀ ଜୁନିଅର ବିଭାଗରେ, ଉତ୍କଳମଣି ଉଚ୍ଚ ବିଦ୍ୟାଳୟ ର ପଞ୍ଚାବନ ଜଣ ସିନିଅର ବିଭାଗରେ ଓଏଭି ଡୁଡୁକା ର ଜୁନିଅର ବିଭାଗରେ ରେ ଅଶି ଜଣ,ହରଭଙ୍ଗା ଗାଁ ସ୍ଥିତ ସରକାରୀ ୟୁ ପି ସ୍କୁଲ ର ପଏଁ ଚାଲିସ ଜଣ ଜୁନିଅର ବିଭାଗରେ, ଡୁଙ୍ଗୁରିପାଲି ଗାଁ ରେ ଥିବା ସରକାରୀ ୟୁ ପି ସ୍କୁଲ ର ବତିଶ ଜଣ ଜୁନିଅର ବିଭାଗରେ ଓ କୁଟାସିଂହା ହାଇସ୍କୁଲ ର ଅଠା ନବେ ଜଣ ସିନିଅର ବିଭାଗରେ ସମ୍ପୃକ୍ତ ସ୍କୁଲ ଗୁଡିକରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ପ୍ରତିଯୋଗିତା ଟି ଦୁଇଟି ଭାଷା ରେ ହେଉଥିଲା ତେବେ ଓଏଭି ର ଛାତ୍ର ଛାତ୍ରୀ ଇଂଲିଶ ରେ ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ ଅନ୍ୟ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଓଡ଼ିଆ ଭାଷାରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ | କେବଳ ବଲାଙ୍ଗୀର ଜିଲ୍ଲାର ମୋଟ ପଞ୍ଚ ଷ ଠି ଟି ସ୍କୁଲର ଛାତ୍ର ଛାତ୍ରୀ ଙ୍କୁ ନେଇ ପରିବେଶ ସଚେତନତା ଉପରେ ବିଦ୍ୟାଳୟ ପ୍ରବନ୍ଧ ପ୍ରତିଯୋଗିତା କରାଯିବାକୁ ଟିବିଆଇ ପକ୍ଷ ରୁ କାର୍ଯ୍ୟକ୍ରମ ରହିଥିବା ପ୍ରତିଯୋଗୀତା କରାଉଥିବା ଟିବି ଆଇର ଅପରେସନ ଏକଜିକ୍ୟୁଟିଭ ଶ୍ରୀଯୁକ୍ତ ଆକାଶ କୁମାର ପଣ୍ଡା ଓ କବି ଠେଲା କହିଛନ୍ତି | ଏହି ପ୍ରତିଯୋଗିତା ଗୁଡିକ ସଫଳ ହେବାରେ ସମ୍ପୃକ୍ତ ସ୍କୁଲ ଗୁଡିକର ପ୍ରଧାନ ଶିକ୍ଷକ,ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟ କର୍ମ ଚାରି ମାନେ ସହଯୋଗ କରିଥିଲେ | ପ୍ରତିଯୋଗିତା ସମାପନ ପରେ ଉତ୍ତର ପେପର ଗୁଡିକୁ ଟିବିଆଇ କର୍ମ କର୍ତା ସାଙ୍ଗରେ ନେଇଯାଇଛନ୍ତି |
ଓଡ଼ିଆରେ ପ୍ରବନ୍ଧ ପ୍ରତିଯୋଗିତା ପାଇଁ ବିଷୟ ବସ୍ତୁ ଥିଲା ବର୍ଯ୍ୟ ବସ୍ତୁ କୁ ହ୍ରାସ କରିବା ପାଇଁ ରିସାଇ କ୍ଲିଙ୍ଗ କୁ ପ୍ରୋତ୍ସାହିତ କରିବା ପାଇଁ ଆପଣ କେଉଁ ପାଞ୍ଚ ଟି ଅଭ୍ୟାସ ଆପଣେଇ ପାରିବେ ଏବଂ ଇଂଲିଶ ରେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ଓ ଏ ଭି ଛାତ୍ର ଛାତ୍ରୀ ଙ୍କ ପାଇଁ ବିଷୟ ବସ୍ତୁ ଥିଲା what are the 5 habites you can adopt to reduce waste and promote recycling |

Leave A Reply

Your email address will not be published.