ଅତିରିକ୍ତ ଜିଲ୍ଲାପାଳ ଭାବେ ମହେଶ୍ଵର ନାୟକଙ୍କ ଦାୟିତ୍ୱ ଗ୍ରହଣ

0

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଭାବେ ଶ୍ରୀ ମହେଶ୍ଵର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି, ଶ୍ରୀ ନାୟକ ଏହା ପୂର୍ବରୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ l ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ସମସ୍ତ କର୍ମଚାରୀ ଅଧିକାରୀ ଙ୍କ ସହଯୋଗ କାମନା କରିବା ସହ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା କୁ ଜନସାଧାରଣ ପାଖକୁ ପହଁଞ୍ଚିବା ପାଇଁ ଅନୁରୋଧ କରିଥିଲେ l ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଶ୍ରୀ ନାୟକଙ୍କୁ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ସମୟରେ ଉପ ଜିଲ୍ଲାପାଳ ଧନୁର୍ଯୟ ଭୋଇ, ଡେପୁଟି କଲେକ୍ଟର ନିର୍ମଳ ନାୟକ, ସୁବ୍ରତ ବେହେରା, ପି ମନସ୍ମିତା, ବିନୋଦ ନାୟକ , ସହକାରୀ କଲେକ୍ଟର ଆଶୁତୋଷ ପାତ୍ର, ବିନାୟକ ଖାଡଙ୍ଗା, ଶିବ ପ୍ରସାଦ ପାଢି,ଅଶ୍ୱିନ କୁମାର ମାଝୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ସେକ୍ସନ ଅଫିସର, ଭି କ୍ରିଷ୍ଣା ବେଣୀ, ଅରୁଣ ବେହେରା, ସୁନୀଲ ପଟ୍ଟନାୟକ, ରାମଚନ୍ଦ୍ର ରଘୁ ମଣ୍ଡଳ, ଧନୁର୍ଯୟ ପୂଜାରୀ, ଚିତ୍ତରଞ୍ଜନ ପାତ୍ର, ପି ହରି, ମାୟାଧର ନାୟକ, ଧନଞ୍ଜୟ ରାଓ, ଡାବୁଗାଁ ତହସିଲଦାର କୃଷ୍ନ ଚନ୍ଦ୍ର ଦାସ, ପାପଡାହାଣ୍ଡି ତହସିଲଦାର ଯୋଗେଶ୍ଵର ଭୋଇ, ଓଡ଼ିଆ ରାଜସ୍ୱ ଅମଲା ସଂଘର ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତି, ମୈଥିଳି ପଟ୍ଟନାୟକ, ଜୋଛନା ଚୌଧୁରୀ, ଶିବ କେଶବ ବ୍ରହ୍ମା, ମୀରା ପଣ୍ଡା, ନୀଳକଣ୍ଠ ରାଜୁ, ୟାସର ଅଲ୍ଲୀ, ବବିତା ପରିଛା, ତୃପ୍ତି ପଟନାୟକ, ଜିତୁ ଚୌଧୁରୀ, ସଞ୍ଜୀବ ପଣ୍ଡା, ପାର୍ବତୀ ନାୟକ, ବୁଚି ପାତ୍ରାଣି, ଜିଲ୍ଲା ଜରୁରୀକାଳୀନ ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ବିଜୟ ସାହୁ, ନରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.