ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟିକା

0 3

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଲଗାଣ ବର୍ଷା ଯୋଗୁଁ ଓଡ଼ିଶାରୁ ବିଚ୍ଛିନ୍ନ ହୋଇପଡିଥିବା ପାଇକମାଳ ବ୍ଲକ ଚରଦାପାଲି ଗ୍ରାମପଞ୍ଚାୟତର ଲୁହୁରାକୋଟ ଗ୍ରାମକୁ ମାନ୍ୟବର ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ଉପଜିଲ୍ଲାପାଳ ସଦାକର କୁମ୍ଭାର ପରିଦର୍ଶନ କରିଛନ୍ତି। ଗ୍ରାଉଣ୍ଡ ଜିରୋରୁ ସେଠାକାର ପରିସ୍ଥିତି ପରଖିବା ପରେ ତୁରନ୍ତ ସେଠାରେ ଲୋକଙ୍କ ଯାତାୟାତ ନିମନ୍ତେ ଏକ ଅସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସେହି ଅଞ୍ଚଳର ଲୋକଙ୍କ ଯାତାୟାତ ପାଇଁ ଏକ ସ୍ଥାୟୀ ପୋଲ ନିର୍ମାଣାଧୀନ ଅବସ୍ଥାରେ ଅଛି। ଅଳ୍ପ କିଛି ଦିନରେ ତାହା ମଧ୍ୟ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିବ। ତେଣୁ ଏକ ଅସ୍ଥାୟୀ ପୋଲ ଯୋଗେ ଲୋକେ ଯିବା ଆସିବା କରୁଥିଲେ । ମାତ୍ର ଲଗାଣ ବର୍ଷା ଯୋଗୁଁ ଉକ୍ତ ପୋଲଟି ଭାଷି ଯିବା ଫଳରେ ଏହି ଗ୍ରାମଟି ବିଚ୍ଛିନ୍ନ ହୋଇ ଯାଇଥିଲା। ତେଣୁ ବର୍ତ୍ତମାନର ପରିସ୍ଥିତିକୁ ଆଖି ଆଗରେ ରଖି ଅସ୍ଥାୟୀ ପୋଲର ନିର୍ମାଣ କରାଯିବ। ଜନସାଧାରଣ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ବିଶେଷ ଧ୍ୟାନ ଦେଉଛି ବୋଲି ଉପଜିଲ୍ଲାପାଳ ଶ୍ରୀ କୁମ୍ଭାର କହିଛନ୍ତି। ଏହି ସମୟରେ ସରପଞ୍ଚ ଉପାସୀ ନାଏକ, ସାମାଜସେବୀ ଗଣେଷ ନାଏକ, ଅରକ୍ଷିତ ପଧାନ ସୁରେଶ ପଧାନ ଓ ଲୁହୁରାକୋଟ ଗ୍ରାମବାସୀ ବିଧାୟିକା ଓ ଉପଜିଲ୍ଲାପାଳଙ୍କୁ ଭେଟି ଗ୍ରାମର ଅନ୍ୟାନ୍ୟ ସମସ୍ତ ଅସୁବିଧା ବିଷୟରେ ଜଣାଇଛନ୍ତି।

Leave A Reply

Your email address will not be published.