ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ତୁଳସୀପାଡୁ ଗ୍ରାମ ଠାରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କତଲକଇଠା ସ୍ଵାସ୍ଥ୍ୟ ଉପକେନ୍ଦ୍ର ସହଯୋଗରେ ଗର୍ଭବତୀ ଓ ପ୍ରସୂତୀ ମାଆ ମାନଙ୍କୁ ନେଇ ସଚେତନତା ସଭା , ବିଭିନ୍ନ ସ୍ଵାସ୍ଥ୍ୟଗତ ପରୀକ୍ଷା , ପୋଷଣ ଖାଦ୍ୟ ପ୍ରଦର୍ଶନ ପ୍ରଭୃତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟତଃ ସ୍ତନ୍ୟପାନର ଉପକାରିତା , ଶିଶୁ ଜନ୍ମ ହେବାର ୬ ମାସ ପର୍ଯ୍ୟନ୍ତ ମାଆ କ୍ଷୀର କେତେ ମହତ୍ , ସ୍ତନ୍ୟପାନ ଦ୍ଵାରା ଶିଶୁର ମାନସିକ , ଶାରୀରିକ ଓ ବୌଦ୍ଧିକ ଅଭିବୃଦ୍ଧି ହେବା ସହ ମାଆ ଟି ମଧ୍ୟ କିଭଳି ବିଭିନ୍ନ କର୍କଟ ରୋଗରୁ ରକ୍ଷା ପାଇଥାଏ ସେ ସମ୍ପର୍କରେ କହିବା ସହ ସଠିକ୍ ସ୍ତନ୍ୟପାନ କରାଇବା ପାଇଁ ଡ଼ାଃ ଅନଙ୍ଗ ଉଦୟ ଭୂୟାଁ ଏବଂ ବି ପି ଏଚ୍ ଓ ମମତା ପାଢ଼ୀ ଉପସ୍ଥିତ ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ।
ତୁଳସୀପାଡୁ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଅନୁଷ୍ଠିତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଏହି ସଚେତନତା କାର୍ଯ୍ୟକ୍ରମରେ ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅନଙ୍ଗ ସୁଦନ ଭୂୟାଁଙ୍କ ସମେତ ବିପିଏଚଓ ମମତା ପାଢ଼ୀ , ଏ ଏନ୍ ଏମ୍ ସବିତା ଗୌଡ଼ ଓ ସ୍ବାସ୍ଥ୍ୟକର୍ମୀ ଗଣେଶ ବାରିକ ପ୍ରମୁଖଙ୍କ ଦ୍ଵାରା ବହୁ ସଂଖ୍ୟାରେ ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କ ରକ୍ତଚାପ , ହିମୋଗ୍ଲୋବିନ , ସୁଗାର , ଆରଡି-କେ , ଟେମ୍ପେରେଚର୍ , ଅକ୍ସିମିଟର , ପଲସ ସହ ଓଜନ ଓ ଉଚ୍ଚତା ମପା ଯାଇଥିଲା।
ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କ ପୁଷ୍ଟିକର ଖାଦ୍ୟ ଓ ସୁସ୍ଥତା ପାଇଁ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନ କରାଯାଇ ସେ ସବୁ ଖାଇବା ଓ ପିଲା ଜନ୍ମର ୬ ମାସ ପର୍ଯ୍ୟନ୍ତ କେବଳ ମାଆ କ୍ଷୀର ଦେବା ଏବଂ ତା ଦ୍ଵାରା ଶିଶୁ ଓ ମାଆ ର ସ୍ୱାସ୍ଥ୍ୟ ସୁସ୍ଥ ରହିବା ଦିଗରେ କିଭଳି ସହାୟକ ହୋଇଥାଏ ସେ ଉପରେ ସଚେତନ କରାଯିବା ସହ ସଚେତନତା ପାମ୍ପଲେଟ ବଣ୍ଟନ କରା ଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମରେ ଆଶାକର୍ମୀ କେ. ଲକ୍ଷ୍ମୀକାନ୍ତାଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଏମ୍.ସରୋଜିନୀ , ଲୟାନି ଶବର ଏବଂ ଏନ୍.ଶ୍ରୀଦେବୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post