ରାଉରକେଲା (ବସନ୍ତ କୁମାର ଜେନା): ବସ୍ତି ବାସିନ୍ଦା ଙ୍କ ସୁଖଦୁଃଖ ରେ ନିଜକୁ ସାମିଲ କରିଆସୁଥିବା ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ତାଙ୍କ ର କାର୍ଯ୍ୟଧାରା ବଜାୟ ରଖିଛନ୍ତି। ଲଘୁଚାପ ପ୍ରଭାବରେ ରାଉରକେଲା ରେ ଝଡବର୍ଷା ଦୁଇ ଦିନ ଧରି ଲାଗି ରହିଛି।ଫଳରେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବସ୍ତି ର ତଳି ଅଞ୍ଚଳ ରେ ପାଣି ପଶିଯିବା ସହ କେତକ ଙ୍କ ଘରେ ମଧ୍ୟ ପାଣି ପଶି ଯାଇଛି। ଯଦ୍ୱାରା ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧା ରେ ଅଛନ୍ତି । ଆଜି ସକାଳୁ ପ୍ରଶାନ୍ତ ସେଠୀ ନିଜ ସମର୍ଥକଙ୍କ ସହ ସେକ୍ଟର -7 ଆଖପାଖ ଅଞ୍ଚଳର ବିଭିନ୍ନ ବସ୍ତି କୁ ଯାଇ ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝି ଥିଲେ। ଏହି ଅବସରରେ କେତେକ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ସେମାନେ କିପରି ସରକାରୀ ସ୍ତରରେ ଘରଭଙ୍ଗା ଅର୍ଥ ସାହାଯ୍ୟ ସହଯୋଗ ପାଇବେ ସେ ନେଇ ସଂପୃକ୍ତ ସରକାରୀ ଅଧିକାରୀ ଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post