ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଗିରଫ ।

0

କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ:ଗତ କିଛି ଦିନ ତଳେ ଡେରାବିଶ ଥାନା ବିଭୂତିପଡା ମୂଲଣା ପାଟଣା ଅଞ୍ଚଳରେ ପନ୍ଦର ବର୍ଷୀୟା ନାବାଳିକାକୁ ପ୍ରଥମେ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଅଭିଯୁକ୍ତ କୁଳମଣି ସାମଲ ନାମରେ ଥାନା ରେ ଅଭିଯୋଗ ହେବାର ପାଞ୍ଚ ଦିନ ଭିତରେ ଗିରଫ କରିଛି ଡେରାବିଶ ଥାନା ପୋଲିସ । କୁଳମଣି ନାବାଳିକାକୁ ତିନି ମାସ ତଳେ ଦୁଷ୍କର୍ମ କରିଥିଲେ ଓ କାହାକୁ ନ କହିବାକୁ ଧମକ ମଧ୍ୟ ଦେଇଥିଲେ । ତିନି ମାସ ପରେ ନାବାଳିକା ଗର୍ଭବତୀ ଥିବା କଥା ଜାଣି ତାଙ୍କ ପରିବାର ଡେରାବିଶ ଥାନାରେ ଅଭିଯୋଗ କରିଥିଲେ । ଘଟଣା କୁ ଗୁରୁତର ସହ ନେଇ ଡେରାବିଶ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ଦୁଷ୍କର୍ମ 376 ଦଫା ଲଗାଇ ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତ ଫେରାର ଥିଲା କିନ୍ତୁ ଗତକାଲି ଅଭିଯୁକ୍ତ ରାଇସୁଗୁଡ଼ା ଅଞ୍ଚଳରୁ ଛତା ଆସୁଥିବା ସମୟରେ ରାଉସୁଗୁଡାରୁ ପୋଲିସ ଟିମ ତାକୁ ପିଛା କରି ଛତା ବସଷ୍ଟାଣ୍ଡରେ କାବୁ କରିଥିଲେ ।ଯାହାକୁ ନେଇ ଡେରାବିଶ ଥାନା ପକ୍ଷରୁ ପ୍ରେସ ମିଟ ଡାକି ସମସ୍ତ ସୂଚନା ଦେବା ସହ ଆଜି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.