ପାଇକମାଲ ବ୍ଳକ : ନବନିଯୁକ୍ତ ପଞ୍ଚାୟତ ସଭାପତିଙ୍କୁ ସମ୍ଵର୍ଦ୍ଧିତ କଲେ ବିଧାୟିକା

0 2

ପଦ୍ମପୁର/ଶିବାଶିଷ ପଟ୍ଟନାୟକ : :- ପାଇକମାଲ (ସାଲେପାଲି) ସ୍ଥିତ ବିଜୁ ଜନତା କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକର ୨୨ ଗୋଟି ପଞ୍ଚାୟତ ପାଇଁ ଚୟନ ହୋଇଥିବା ସଭାପତି ମାନଙ୍କୁ ବିଧାୟିକା ବର୍ଷା ସିଂ ବରିହା, ବ୍ଲକ୍ ଅଧ୍ୟକ୍ଷା ଭାବନା ସିଂ ଯୋଗଦେଇ ଉପଢୌକନ ସହ ଫୁଳମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଚୟନ ହୋଇଥିବା ସଭାପତି ମାନେ ହେଲେ ତୁଲାରାମ ସାହୁ, ସୁଧୀର ପ୍ରଧାନ, ପ୍ରଦୀପ କୁମାର ଠାକୁର, ଗୋବିନ୍ଦ ସୁନା, ସୁଶାନ୍ତ ଗଡତିଆ, ଦେବାଶିଷ ପଟ୍ଟନାୟକ, ଶହଦେବ ଧାରୁଆ, ରାଜେଶ ବେହେରା, ମନୋଜ କୁମାର ସାହୁ, ଚିତ୍ତରଂଜନ ପ୍ରଧାନ, ସୀତକାନ୍ତ ପାଣ୍ଡେ, ଦେବରାଜ ହଂସ, ବିକ୍ରମ ପୂଜାରୀ, ଉମାକାନ୍ତ ମେହେର, ସୁକାନ୍ତ ସାଥୁଆ, ବିଷ୍ଣୁ ଚରଣ ସାହୁ, ସଂକୀର୍ତ୍ତନ ପ୍ରଧାନ, ରାଜୁ ମହାନନ୍ଦ, ଯଶୋବନ୍ତ ନାୟକ, ଦେବରାଜ ପଟେଲ, ତିଲକ ନାୟକ ଓ ମନ୍ମଥ ମହାନ୍ତି l ପରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ବିଧାୟିକା ସଂଗଠନକୁ ସୁଦୃଢ କରିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଜନହିତକର ଯୋଜନା କିପରି ସମସ୍ତ ପାଖକୁ ପହଁଞ୍ଚି ପାରିବ ସେ ବିଷୟରେ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ପାଇକମାଲ ଯୁବ ବିଜେଡି ସଭାପତି ଗୌତମ ସିଂ ଓ ଉପ ସଭାପତି ଭୋଜରାଜ ଭୋଇ ପରିଚାଳନା କରିଥିବା ବେଳେ ଶତାଧିକ କର୍ମୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.