ପଦ୍ମପୁର ପୋଲିସ ର ସଫଳତା : ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଚାଳକ ଗିରଫ, ବୁଲେଟ ଜବତ

0 2

ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ଗତ ୨୪ ତାରିଖ ଅପରାହ୍ନରେ ଦ୍ରୁତଗତିରେ ଆସୁଥିବା ଏକ ବୁଲେଟ ବରଗଡ଼ ରୋଡ଼ ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରେ କପସିଲା ନିବାସୀ ବାଲାଜୀ ପାଣ୍ଡେ କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା l ଫଳରେ ଘଟଣା ସ୍ଥଳରେ ହିଁ ବାଲାଜୀ ର ମୃତ୍ଯୁ ଘଟିଥିଲା l ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା l କିନ୍ତୁ ଦୁର୍ଘଟଣା ଘଟାଇ ଫେରାର ମାରିଥିବା ବୁଲେଟ ଆରୋହି କୁ ଧରିବା ପଦ୍ମପୁର ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା l କିନ୍ତୁ ଥାନା ଅଧିକାରୀ ମମତା ନାୟକ ଓ ଟିମ୍ ଆପ୍ରାଣ ଉଦ୍ୟମ କରି ବିଭିନ୍ନ ସୂତ୍ରରୁ ଖୋଳତାଡ଼ କରି ପାଟଣାଗଡ଼ ର ବିରଞ୍ଚି ବକୁଳ କୁ ଗିରଫ କରିବା ସହ ବୁଲେଟ ଗାଡି ନଂ. ଓଡି ୦୩ ଜେଡ ୫୧୯୬ କୁ ଜବତ କରିଛନ୍ତି l ସୂଚନା ଯୋଗ୍ୟ ଯେ, ଥାନା ଅଧିକାରୀ ମମତା ନାୟକ ପଦ୍ମପୁର ରେ ଯୋଗଦେବା ପରଠାରୁ ସଫଳତାର ସହିତ ମଦ, କଫ ସିରଫ, ନିଶା ଟାବଲେଟ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଗାଡି ଚୋର ପର୍ଯ୍ୟନ୍ତ ଅନେକ ଗୁଡ଼ାଏ ମାମଲା ରୁଜୁ କରି ସମ୍ପୃକ୍ତ ବ୍ୟକ୍ତି କୁ କୋର୍ଟ ଚାଲାଣ କରିଛନ୍ତି l

Leave A Reply

Your email address will not be published.