ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ହୀରକ ଜୟନ୍ତୀ ସମାରୋହ

0

ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର):  ପଞ୍ଚସଖା ମାନଙ୍କ ମଧ୍ୟରୁ ଅନ୍ୟତମ ବାଣପୁରର ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପୂର୍ତ୍ତି ଓ ସ୍ବର୍ଗତ ମିଶ୍ରଙ୍କ ୬୭ ତମ ଶ୍ରାଦ୍ଧ ବାର୍ଷିକ ଅବସରରେ . ମହା ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ, ପରିଚାଳନା ସମିତି ଓ କର୍ମଚାରିଙ୍କ ମିଳିତ ସହଯୋଗ ରେ ବୁଧବାର ଦିନ ମହା ବିଦ୍ୟାଳୟ ପରିସରରେ ହୀରକ ଜୟନ୍ତୀ ପାଳନ ହୋଇ ଯାଇଛି ! ଏହି ଅବସରରେ ପୁରାତନ ଛାତ୍ର ସଂଘର ସଭାପତି ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ ଙ୍କ ସଭାପତିତ୍ଵରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ! ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ମହା ବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ମହା ବିଦ୍ୟାଳୟର ସଭାପତି ବିଜୟା ବନ୍ଧନା ରାଉତରାୟ, ଅବସର ପ୍ରାପ୍ତ ଭାରତୀୟ ବନସେବା ଅଧିକାରୀ ଆଶୁତୋଷ ସାମନ୍ତସିଂହାର, ପୁରାତନ ଛାତ୍ର ସଙ୍ଗର କାର୍ଯ୍ୟକାରି ସଭାପତି ନୃସିଂହ ଚରଣ ପ୍ରଧାନ,ପୁରାତନ ଛାତ୍ର ସଂଘର ସହ ସମ୍ପାଦକ ସର୍ବେଶ୍ଵର ଷଡ଼ଙ୍ଗୀ, ମହା ବିଦ୍ୟାଳୟ ଅଧ୍ୟାପିକା ସୁଜାତା ମିଶ୍ର , ଯୋଗଦେଇ ଶିକ୍ଷା ଓ ସଂସ୍କୃତି ସମ୍ପର୍କରେ ଆଲୋକ ପାତ କରିଥିଲେ । ସଭା ପରି ଶେଷରେ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।।

Leave A Reply

Your email address will not be published.