ନିମାପଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ

0

ଭୁବନେଶ୍ୱର, ୨୬/୦୭/୨୦୨୩: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ତେରୁଣ୍ଡିଆ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ ଓ ପୂର୍ବତନ ନାଏବ ସରପଞ୍ଚ ନୃସିଂହ ଚନ୍ଦ୍ର ମହାରଣାଙ୍କ ନେତୃତ୍ବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି |

ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ, ବିଧାୟକ ଶ୍ରୀ ପ୍ରତାପ ଜେନା ଓ ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ଶ୍ରୀ ସମୀର ରଞ୍ଜନ ଦାଶ, ବିଜୁ ଜନତା ଦଳର ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଉପସ୍ଥିତ ରହି ସମସ୍ତ ବିଜେପି କର୍ମୀଙ୍କୁ ଦଳକୁ ସ୍ଵାଗତ କରିଥିଲେ। ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ଶ୍ରୀ ଜେନା ଆହ୍ବାନ ଦେଇଥିଲେ । ବିଜୁ ଜନତା ଦଳରେ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ମଜଭୂତ ହେବ ବୋଲି ବିଧାୟକ ଶ୍ରୀ ଦାଶ ଆଶା ପ୍ରକାଶ କରିଥିଲେ ।

ମିଶ୍ରଣ ପର୍ବରେ ଗୁଣନିଧି ସ୍ଵାଇଁ, ବୁଦ୍ଧନାଥ ସ୍ଵାଇଁ, ଲିଙ୍ଗରାଜ ସାହୁ, କାଳନ୍ଦୀ ମଲ୍ଲିକ, ଗଙ୍ଗାଧର ମହାରଣା, ନିରଞ୍ଜନ ମହାପାତ୍ର ବିଜେଡ଼ିରେ ସାମିଲ୍ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ଦଳର ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ତେରୁଣ୍ଡିଆ ଗ୍ରାମପଞ୍ଚାୟତ ସରପଞ୍ଚ ଚିତ୍ତ ନାୟକ, ଚିନ୍ତନ ପ୍ରଧାନ, ଅଜୟ କୁମାର ସ୍ଵାଇଁ, ଅକ୍ଷୟ ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.