ପଦ୍ମପୁର :- ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନ ସଭା ନିର୍ବାଚନ ପାଇଁ ନିର୍ଭୁଲ୍ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ ସଭାକକ୍ଷରେ ଏକ ପ୍ରାକ୍ ପରିମାର୍ଜନ ସର୍ବେକ୍ଷଣ ପାଇଁ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ପଦ୍ମପୁର ଉପ-ଜିଲ୍ଲାପାଳ ସଦାକର କୁମ୍ଭାର ଯୋଗଦେଇ ଉପଖଣ୍ଡର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ ନିଜର ଗୁରୁ ଦାୟିତ୍ବ ସମ୍ପାଦନ ପାଇଁ ଉତ୍ସାହିତ କରିଥିଲେ । ଭାରତୀୟ ଗଣତନ୍ତ୍ରରେ ପ୍ରତିଟି ‘ଭୋଟ୍’ ର ଗୁରୁତ୍ୱ ଉପରେ ଆଲୋକପାତ କରି ଯେପରି ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ପାରିବ ସେ ଦିଗରେ ବିଶେଷ ଭାବରେ ଧ୍ୟାନ ଦେଇ ଦାୟିତ୍ଵ ନିର୍ବାହ କରିବାକୁ ସମସ୍ତଙ୍କୁ ଶ୍ରୀକୁମ୍ଭାର ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ଦିନରେ ‘ଇଲୋକ୍ଟୋରାଲ୍ ଲିଟ୍ରେସି କ୍ଲବ୍’ ଗଠନ କରାଯାଇ ଭୋଟଦାନର ଅଧିକାର ବାବଦରେ ସଚେତନତା ସୃଷ୍ଟି କରାଯିବ। ମହାବିଦ୍ୟାଳୟ ଓ ବିଦ୍ୟାଳୟ ମାନେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରି ଅଧିକରୁ ଅଧିକ ଜନସଚେତନତା ସୃଷ୍ଟି କରିପାରିବେ। ପଦ୍ମପୁର ଉପଖଣ୍ଡର ପ୍ରତିଟି ନୂଆଁ ଭୋଟର ଯେପରି ଭୋଟର ତାଲିକାରେ ଯୋଡ଼ିହେବେ ଓ ଭୋଟଦାନ କରି ନିଜର ଗଣତାନ୍ତ୍ରିକ ଦାୟିତ୍ଵ ନିର୍ବାହ କରିବେ ସେ ଉପରେ ଉପଜିଲ୍ଲାପାଳ ବିଶେଷ ଗୁରୁତ୍ବ ଦେଇଥିଲେ। ତାଲିକାରୁ ମୃତ ବ୍ୟକ୍ତିଙ୍କ ନାମ ଯେପରି କଟାଯାଇ ପାରିବ ସେ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଇ ‘ଭୋଟର୍ ହେଲ୍ପଲାଇନ୍ ‘ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ କିଭଳି ଭାବରେ ଜନସାଧାରଣ ନିଜେ ନିଜ ପରିବାରର ସବିଶେଷ ବିବରଣୀ ଦେଇପାରିବେ ସେ ପ୍ରକ୍ରିୟାକୁ ମଧ୍ୟ ସମସ୍ତଙ୍କୁ ପାୱାରପଏଣ୍ଟ ମାଧ୍ୟମରେ ଦର୍ଶା ଯାଇଥିଲା।
ଏହି ଅବସରରେ ସହକାରୀ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ନାୟକ ଯୋଗଦେଇ ଏହି ଇଲୋକ୍ଟୋରାଲ୍ ଲିଟ୍ରେସି କ୍ଲବ୍ ର ଗୁରୁତ୍ବ ଓ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ତୁଷାରକାନ୍ତ ପଧାନ ପାୱାର୍ ପଏଣ୍ଟ ମାଧ୍ୟମରେ ଏହି ପ୍ରକ୍ରିୟା ବିଷୟରେ ସବିଶେଷ ଆଲୋଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post