ତେନ୍ତୁଳିଖୁଣ୍ଟି/ ଅଶୋକ ସାହୁ: ଠିକାଦାର ଚଳାଇଛନ୍ତି ମନମୁଖୀ ଶାସନ। ପ୍ରଥମେ ତିଆରି କଲେ ପରେ ଦେଲେ ଭାଙ୍ଗି।ଗୋଟାଏ ପୋଲ ତିଆରି କରିବା ପାଇଁ କେତେ ବର୍ଷ ଲାଗିବ।କାଦୁଅ ପଚପଚ ରାସ୍ତା। ରାସ୍ତା ବନ୍ଦ୍ କରିବାକୁ କହୁଛନ୍ତି ଜମି ମାଲିକ।ଏପରି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମା ଓ ଉମୁରି ଯିବା ମଝି ରାସ୍ତାରେ।ଏହି ରାସ୍ତାଦେଇ ଛାତ୍ର ଛାତ୍ରୀ ମାନେ ପାଠପଢି ଯାଆନ୍ତି।କିନ୍ତୁ କାହାର ନଜରରେ ତାହା ଆଶେ ନାହିଁ ? କିଭଳିଆ ଆଶିବ।ଏହି ରାସ୍ତାରେ ପରା ସରକାରୀ ବିଦ୍ୟାଳୟରେ ପାଠ ପଢିବା ଛାତ୍ର ଛାତ୍ରୀ ମାନେ ଯାଆନ୍ତି।ଠିକାଦାର ଓ ସରକାରୀ କର୍ମଚାରୀ କଣ ବୁଝିବେ।ତାଙ୍କ ଝିଅ ପୁଅ ଏଠାରେ କେମିତି ଚାଲିବେ।ଠିକାଦାର ଓ ଜେଇଙ୍କ ଝିଅ ପୁଅ ପ୍ରାଭେଟ ବିଦ୍ୟାଳୟରେ ପଢୁଥିଦେ। ଏଠାକାର ପୋଲ ପ୍ରଥମେ ତିଆରି ହୋଇଥିଲା।କିନ୍ତୁ ତାହା ସଠିକ୍ ଭାବରେ କାମ ହୋଇ ନ ଥିବା କାରଣରୁ ପୋଲକୁ ଭାଙ୍ଗି ନୁତନ ଭାବରେ ତିଆରି କରିବାକୁ କହିଛନ୍ତି ଇଞ୍ଜିନିୟର ମାନେ।ଏଠାରେ ତରବରିଆ କାମ କରି ବିଲ ଉଠାଇ ଖାଇଦେବୁ ବୋଲି ଭାବିଥିବେ।କିନ୍ତୁ ତାହା ଫେଲ ମାରିବାରୁ ଭାବୁଥିବେ ଏଇଟା ଆମେ କାହିଁକି କଲୁ। ଅଞ୍ଚଳଗୁମା ଠାରୁ ନବରଙ୍ଗପୁର ଯିବାକୁ ଏହାହିଁ ଏକ ରାସ୍ତା।ହଇ ହୋ ଠିକାଦାର ବାବୁ ଆମର ଗୋଟିଏ ପ୍ରଶ୍ନ? ଆପଣ କେତେ ବର୍ଷ ହେଲା କାମ କରୁଛନ୍ତି?ଓ କାମ କରୁଛନ୍ତି ତ କ’ଣ ଆପଣ ସଠିକ ଭାବରେ କାମ କରୁଛନ୍ତି କି ।ଯଦି ଆପଣ ସଠିକ ଭାବରେ କାମ କରୁଥାନ୍ତେ ତାହାହେଲେ ପୋଲ ଭାଙ୍ଗିଲା କାହିଁ କି ?।ଆପଣଙ୍କୁ ଯଥେଷ୍ଟ ସମୟ ଦେଲାପରେବି କାହିଁକି ହେଲା ନାହିଁ ପୋଲ କାମ।ଏବେ ଯମିମାଲିକ କହୁଛନ୍ତି ମୁଁ ଚାଷ କରିବି। ସେଥିପାଇଁ ଏହି ରାସ୍ତାକୁ ବନ୍ଦ କରିବି। ଏବେ ଦେଖିବାକୁ ବାକି ରହିଲା କେବେ ଏହି ପୋଲ ନିର୍ମାଣ କରାଯାଉଛି ।
Sign in
Sign in
Recover your password.
A password will be e-mailed to you.
Prev Post