ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଜଗତସିଂପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ଜଗତସିଂପୁର ପଞ୍ଚାୟତ ସମିତି ଅଧକ୍ଷ୍ୟା ଶ୍ରୀମତୀ କନକପ୍ରଭା ଲେଙ୍କା, ନାଉଗାଁ ପଞ୍ଚାୟତ ସମିତି ଅଧକ୍ଷ୍ୟା ଶ୍ରୀମତୀ ତ୍ରିଷ୍ଣା ଲେଙ୍କା, ଜଗତସିଂପୁର ପୌରପରିଷଦ ଅଧକ୍ଷ୍ୟା ଅର୍ଚନା ସିଂହ, ଜଗତସିଂପୁର ପଞ୍ଚାୟତ ସମିତି ଉପାଧାକ୍ଷ ଶ୍ରୀଯୁକ୍ତ ରତିରଞ୍ଜନ ବେହେରା, ମଣ୍ଡଳ ଉନ୍ନୟନ ଅଧିକାରୀ ଜଗତସିଂପୁର ଓ ନାଉଗାଁ ପଞ୍ଚାୟତ ସମିତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉକ୍ତ ଶିବିରରେ ମୋଟ ୩୪୮ ଜଣ ହିତାଧିକାରୀଙ୍କୁ ମୋଟ ଏକ କୋଟି ହସ୍ତରି ଲକ୍ଷ ପଞ୍ଚାଅଶୀ ହଜାଉ ଚାରିଶହ ଟଙ୍କା ସହାୟତା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଦନ କରାଯାଇଛି । ସେଥ୍ ମଧ୍ୟରୁ ୧୮୩ ଜଣ ହିତାଧ୍ୟାକାରୀଙ୍କୁ ବିବାହ ସହାୟତା ବାବଦକୁ ଟ.୯୧,୦୦,୦୦୦ଙ୍କା, ୮୩ ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ବାବଦକୁ ଟ.୧,୫୦,୪୦୦ଙ୍କା, ୩୯ ଜଣ ହିତାଧ୍ୟାକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦକୁ ଟ୫.୭୮,୦୦,୦୦୦ଙ୍କା, ୩୯ ଜଣ ହିତାଧିକାରୀଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦକୁ ଟ୧,୯୫,୦୦୦ଙ୍କା ଓ ୪ ଜଣ ହିତାଧିକାରୀଙ୍କୁ ପ୍ରସୂତିକାଳୀନ ସହାୟତା ବାବଦକୁ ଟ ୪୦,୦୦୦ଙ୍କ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଶ୍ରୀ ବାବା ଆନନ୍ଦା ରଞ୍ଜନ ଦାସ ପରିଚାଳନା କରିଥିଲେ। ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.