ଜଗତସିଂହପୁର,ତା-୨୫.୦୭.୨୦୨୩/ସୁମନ୍ତ କୁମାର ଦାସ:” ଧନରେ ତୁ ଫେରିଆ.. ତୁ ପରା ମୋର ଏକୋଇର ବଳା ବିସିକେଶନ.. ତୋ ଛଡା ମୋର ଆଉ କିଏ ଅଛି କହିଲୁ.. କାହା ମୁହଁ ଚାହିଁ ବଞ୍ଚିବି ଏବେ ସାରା ଜୀବନ.. ତୁ ଯଦି ନ ଫେରିବୁ ମୋତେ ତୋ ପାଖକୁ ନେଇଯା.. ତୁ ଏ କଣ କଲୁ ରେ ଧନ ତୋର ଯଦି କଣ ହେଇଥିଲା ତୁ ତ ମୋତେ କହି ପାରିଥାନ୍ତୁ l ତୋ ମାମା କଣ ତୋ କଥା ବୁଝି ନଥାନ୍ତା l କାଇଁ ଆମକୁ ଏମିତି ନିଷ୍ଠୁର ଦଣ୍ଡ ଦେଲୁରେ ବାପା…l ତୋତେ ଝୁରି ଝୁରି ମୁଁ କେମିତି ବଞ୍ଚିବି ରେ ଧନ..”
ଏମିତି ବାହୁନି ବାହୁନି ବୁକୁଫଟା କାନ୍ଦ କାନ୍ଦୁଛନ୍ତି ବାପା ମାଆ, କାନ୍ଦୁଛନ୍ତି ସାଇ ପଡିଶା କିନ୍ତୁ ଆଉ ସେ ଅଫେରା ରାଇଜରୁ ଫେରିବନି ତାଙ୍କ ର ସେ ଏକଇ ର ବଳା ବିସିକେଶନ l ପନ୍ଦର ବର୍ଷୀୟ ପ୍ରଦ୍ୟୁମ୍ନ ର ଆତ୍ମହତ୍ୟା ରହସ୍ୟ ଏବେ ବି ଅସ୍ପଷ୍ଟ ଥିବାବେଳେ, ସାରା ଅଞ୍ଚଳ ରେ ଶୋକର ଛାୟା l ଜଗତସିଂହପୁର ସଦର ଥାନା ଅଧୀନ ଗାଲୁ ପଡା ଠାରେ ଭଡାଘରେ ରହୁଥିଲେ ବାପା ପ୍ରକାଶ ରାଉତ ମାଆ ରଶ୍ମିରେଖା ମହାପାତ୍ର ଓ ପୁଅ ପ୍ରଦ୍ୟୁମ୍ନ ରାଉତ ପ୍ରକାଶ ଙ୍କ ନିଜଘର ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଲୁଗାଁ ହୋଇଥିବା ବେଳେ,ଗାଲୁ ପଡା ରେ ଭଡ଼ା ସୂତ୍ର ରେ ରହି ଆସୁଥିଲେ l ପ୍ରକାଶ ରାଧାକାନ୍ତ ବିଦ୍ୟାଳୟ କଟରା ରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ, ମାଆ ରଶ୍ମିରେଖା ମଧ୍ୟ ଶାସନ ପଦା ବିଦ୍ୟାଳୟ ରେ ଜଣେ ଶିକ୍ଷୟିତ୍ରୀ ନବମ ଶ୍ରେଣୀର ଛାତ୍ର ପ୍ରଦ୍ୟୁମ୍ନ ମଧ୍ୟ ବାପା ଙ୍କ ବିଦ୍ୟାଳୟ ରେ ପାଠ ପଢ଼ୁଥିବା ଜଣାପଡିଛି l ତେବେ ପ୍ରାପ୍ତ ସୂଚନା ଅନୁଯାଇ ଘଟଣା ଦିନ ସବୁଦିନ ଭଳି ଦିନ ଦଶ ଟା ପୂର୍ବରୁ ଖାଇ ବସିଥିଲେ ବାପା ମାଆ ଆଉ ପୁଅ l ସମସ୍ତେ ଖାଇ ସାରି ନିଜ ନିଜ କାର୍ଯ୍ୟରେ ଯାଇଥାନ୍ତେ ଆଉ ଫୁଣି ଅପରାହ୍ନ ଚାରିଟା ରେ ଏକାଠି ହୋଇଥାନ୍ତେ l କିନ୍ତୁ ଖାଇ ସରିବା ପରେ କୌଣସି କାରଣ ରୁ ପ୍ରଦ୍ୟୁମ୍ନ ସେଦିନ ସ୍କୁଲ ଯିବାକୁ ଅରାଜି ହେବାରୁ ପୁଅକୁ ଏକା ଘରେ ଛାଡ଼ି ବାପା ମାଆ ସ୍କୁଲ କୁ ଯାଇଥିଲେ l ପ୍ରଥମେ ମାଆ ସ୍କୁଲ ରୁ ଆସି ଯେତେ ଡାକିଲେ ବି ପୁଅ କବାଟ ଖୋଲି ନଥିଲା l ଝରକା ବାଟ ଦେଇ ପୁଅ ର ଝୁଲନ୍ତା ଶବ ଦେଖି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା l ଏକମାତ୍ର ସନ୍ତାନ ର ଏପରି ଅବସ୍ଥା ଦେଖି ମାଆ ର ହୃଦୟ ଯେ କଣ ହେଉଥିବ ତାହା ଭାଷା ରେ ପ୍ରକାଶ କରିହେବନି ଦର୍ଶକ ବନ୍ଧୁ l ସଂଗେ ସଂଗେ ସ୍ଥାନୀୟ ଲୋକ ରୁଣ୍ଡ ହେବା ସହ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଖବର ପାଇ ଜଗତସିଂହପୁର ସଦର ଥାନା ପୋଲିସ ଘଟଣା ସ୍ଥଳ ରେ ପହଁଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରହିଛି l ହେଲେ ଏପର୍ଯ୍ୟନ୍ତ ପ୍ରଦ୍ୟୁମ୍ନ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି l
ଦର୍ଶକ ବନ୍ଧୁ ଆମ ତରଫରୁ ସମସ୍ତ ଙ୍କୁ ଅନୁରୋଧ ପିଲାମାନଙ୍କ ମନସ୍ତତ୍ଵ ବୁଝିବାକୁ ଚେଷ୍ଟା କରନ୍ତୁ ଆଉ ପ୍ରତ୍ୟେକ ଘଟଣା ରେ ଏକ ବନ୍ଧୁ ଭଳି ପିଲା କୁ ଯଥା ସମ୍ଭବ ବୁଝାଇବାକୁ ଚେଷ୍ଟା କରନ୍ତୁ l ଏମିତି ଘଟଣା କାହାର କେବେ ବି ନ ଘଟୁ l
Sign in
Sign in
Recover your password.
A password will be e-mailed to you.