୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ

0

ଚିଲିକା/ଖୋର୍ଦ୍ଧା: (ସେକ୍ କୌଶର) ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ପ୍ରାଣ ହରାଇଥିବାର ଜଣାପଡ଼ିଛି।
ମୃତକ ଜଣକ ସୋରଣ ଗ୍ରାମ ହରିଜନ ସାହିର ପହଲା ନାୟକଙ୍କ ପୁତ୍ର କାହ୍ନା ନାୟକ(22 ) ବର୍ଷ ବୋଲି ଜଣାପଡିଛି। ନାଚୁଣୀ ପୋଲିସ ସୂଚନା ମୁତାବକ କାନ୍ହା ବାଲୁଗାଁ ରୁ ନିଜ ଗ୍ରାମ ସୋରଣ ଏକ ସ୍କୁଟି ଯୋଗେ ଫେରୁଥିବା ବେଳେ ନାଚୁଣୀ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ କୌଣସି ଏକ ଭାରୀ ଯାନକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ରୁ ଛିଟିକି ପଡିବା ସହ ତାଙ୍କ ମସ୍ତିଷ୍କ ରେ ଗଭୀର ଆଘାତ ଲାଗିଥିଲା।
ଖବର ପାଇ ପୋଲିସ ଓ ସ୍ଥାନୀୟ ଜନସାଧାରଣ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ନାଚୁଣୀ ପୋଲିସ ଶବ ଜବତ କରି କେଶନଁ,168/23 ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.