ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘର ସ୍ୱତନ୍ତ୍ର ବୈଠକ: ଅତ୍ୟାଧୁନିକ ସ୍ମାର୍ଟ ବିଦ୍ୟାଳୟ ପାଇଁ ବିଧାୟକଙ୍କୁ ପ୍ରଶଂସା

0

ଅସ୍ତରଙ୍ଗ-ଅସ୍ତରଙ୍ଗ ବ୍ଲକ ମୁଖ୍ୟ ବଜାର ଲଷ୍ମୀକଲ୍ୟାଣ ମଣ୍ଡପ ରେ ଅନୁଷ୍ଠାନିକ ଭାବେ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେଇଛି| ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ଙ୍କ ନେତୃତ୍ୱ ରେ ଏହି ବୈଠକ ଅନୁଷ୍ଠିତ ହେଇଥିବା ବେଳେ ଅସ୍ତରଙ୍ଗ ଅଂଚଳ ର ରାସ୍ତା, ପାନୀୟଜଳ, ବିଦ୍ୟୁତ, ହସ୍ପିଟାଲ, ଲୋକ ଙ୍କ ମୌଳିକ ସୁବିଧା ଉପରେ ଗୁରୁତ୍ୱ ଦିଆଯିବା ସହ ଆଲୋଚନା କରାଯାଇଛି | ଅସ୍ତରଙ୍ଗ ଅଂଚଳ ରେ ବିଭିନ୍ନ ସ୍ଥାନ ରେ ସ୍ମାର୍ଟ ବିଦ୍ୟାଳୟ ରୂପାନ୍ତରିତ ହୋଇଛି | ପିଲା ମାନେ ଡିଜିଟାଲ ଶିକ୍ଷା ପାଇବା ସହ ସ୍ମାର୍ଟ ବିଦ୍ୟାଳୟ ରେ ସୁବିଧା ମଧ୍ୟ ପାଇଛନ୍ତି | ଅସ୍ତରଙ୍ଗ ଅଂଚଳରେ ଶିକ୍ଷାର ଭିତିଭୂମି ବିକାଶ କୁ ଆଖିଦୃଷ୍ଟି ରେ ରଖି କାକଟପୁର ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା ଓ ପୁରୀ ଜିଲ୍ଲାପରିଷଦ ଉପାଧକ୍ଷ ଶ୍ରୀଯୁକ୍ତ ସ୍ୱାଧୀନ ନାୟକଙ୍କୁ ଏହି ବୈଠକ ରେ ପ୍ରଶଂସା କରାଯାଇଛି | ବିଭିନ୍ନ ସମୟ ରେ ଅନେକ ସାଧାରଣ ବୁଦ୍ଧିଜୀବୀ ତହସିଲ, ବ୍ଲକ, ମେଡିକାଲ, ଥାନା ରେ ନ୍ୟାୟ ପାଇବାରେ ଅସୁବିଧା ର ସମୁଖୀନ ହେଉଥିବା ବେଳେ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ସେହି ଜନସାଧାରଣ ଙ୍କ ସ୍ୱର ହେଇ ଆଗାମୀ ଦିନ ରେ ତାଙ୍କ ନ୍ୟାୟ ପାଇବା ପାଇଁ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଥିଲା | ଏହି ବୈଠକ ରେ ସଙ୍ଘ ପରାମର୍ଶ ଦାତା ବରିଷ୍ଠ ସାମ୍ବାଦିକ ନିରଞ୍ଜନ ଦାସ, ସମ୍ପାଦକ ଲୋକନାଥ ନାୟକ, ଆଇନ ପରାମର୍ଶ ଦାତା ଦିବ୍ୟଦର୍ଶୀ ବିଶ୍ୱାଳ, କୋଷାଧକ୍ଷ ସମୀର କର,ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଶରତ ପରିଡା, ଅନ୍ୟ ସଭ୍ୟ ମାନଙ୍କ ମଧ୍ୟରେ ଟୁଲୁ ବିଶ୍ୱାଳ,ମନୋଜ ବିଶ୍ୱାଳ, ପ୍ରିୟବ୍ରତ ମୁଦୁଲି ଯୋଗ ଦେଇଥିଲେ | ନୂତନ ସଭ୍ୟ ଭାବେ ଆର୍ଯ୍ୟ ବିଶ୍ୱାଳ ଓ ଆର୍ତ୍ତତ୍ରାଣ ମହାନ୍ତି ଙ୍କୁ ସ୍ୱାଗତ କରାଯାଇଛି | ବିଭିନ୍ନ ବ୍ୟସ୍ତତା ଯୋଗୁଁ ଅନୁପସ୍ଥିତ ଥିବା ସଭ୍ୟ ମାନେ ସଙ୍ଘର ନିଷ୍ପତି କୁ ସ୍ୱୀକୃତି ପ୍ରଦାନ କରିଛନ୍ତି

Leave A Reply

Your email address will not be published.