ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଆଜି ରାଜବୋଡାସମ୍ବର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ପ୍ରକଳ୍ପ ନିର୍ଦ୍ଦେଶକ, ଆରକ୍ଷୀ ଅଧିକ୍ଷକ, ପଦ୍ମପୁର ଉପଜିଲ୍ଲାପାଳ, ରାଜବୋଡାସମ୍ବର ବିଡ଼ିଓ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଶୁଣିଛନ୍ତି। ସେସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦ୍ଦିଷ୍ଟ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ରାଜବୋଡାସମ୍ବର ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଏହି ଶୁଣାଣି ସବୁ ହୋଇଥିଲା। ଏଥିରେ ମୋଟ୍ ୯୨ ଟି ସମସ୍ୟାର ସମାଧାନ ପାଇଁ ଲୋକେ ଆବେଦନ କରିଥିଲେ। ସବୁ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ବରଗଡ଼ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଓଡ଼ିଶା ସରକାର ଜନସାଧାରଣଙ୍କୁ ସଂପୂର୍ଣ୍ଣ ରୂପେ ଜନାଭିମୁଖୀ ଶାସନର ସୁବିଧା ପ୍ରଦାନ କରିବା ପାଇଁ ସଂପୂର୍ଣ୍ଣ ପ୍ରଶାସନିକ କଳକୁ ଲୋକଙ୍କ ପାଖକୁ ପଠାଇ ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ଏଭଳି ଐତିହାସିକ ବ୍ୟବସ୍ଥା କରିଛନ୍ତି ଯାହାକି ବିଶେଷ ଜନାଦୃତି ଲାଭ କରିଛି।
Sign in
Sign in
Recover your password.
A password will be e-mailed to you.