ବାଲେଶ୍ୱର ,ସିମୁଳିଆ(ଅକ୍ଷୟ କୁମାର ଜେନା) ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତାପୁର ପଞ୍ଚାୟତ ରେ ଥିବା ଏକ ଦାନ୍ତବ୍ୟ ଚିକିତ୍ସାଳୟ କୁ ସରକାରୀ କରିବା ନିମିତ୍ତ ଫାଇଭ୍ ଟି କୁ ଅଞ୍ଚଳ ବାସୀ ଦୁଃଖ ଜଣାଇଥିଲେ। ସବୁ ଆଡ଼େ ସରକାର୍ ଙ୍କ ଫାଇଭ ଟି ଜରିଆରେ ଜନସାଧାରଣ ଅନେକ ସୁଫଳ ପାଉଥିବା ବେଳେ ମନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଭୂୟସୀ ପ୍ରଶଂସା ମିଳୁଛି। ଅତୀତ ରେ ସିମୁଳିଆ ବ୍ଲକ ଗ୍ରସ୍ତ ରେ ଆସିଥିବା ସଚିବ ଭି କେ ପାଣ୍ଡିୟନ ଙ୍କୁ ମଇତାପୁର ଦାନ୍ତବ୍ୟ ଚିକିତ୍ସାଳୟ ର କମିଟି ମେମ୍ବର ଏବଂ ଗ୍ରାମବାସୀ ଚିକିତ୍ସାଳୟ ଟିକୁ ସରକାରୀ କରିବାକୁ ଦାବୀ ପତ୍ର ଦେଇଥିଲେ। ସୁଚନା ରୁ ପ୍ରକାଶ ଏହି ଚିକିତ୍ସାଳୟ ଟି ବହୁ ପୁରାତନ ହୋଇଥିବା ବେଳେ କିଛି ପୁରୁଖା ଗ୍ରାମବାସୀମାନେ ମାଗି ଯାଚି ଜାଗା ଖଣ୍ଡେ କିଣିବା ସହ ଜଣେ ସ୍ଥାନୀୟ ଶିଳ୍ପପତି ପି ଏନ୍ ଚୁଡ଼ିୱାଲ ୧୯୯୫ ମସିହା ରେ ଡ଼ାକ୍ତରଖନା ନିମନ୍ତେ ଏକ ଗୃହ ନିର୍ମାଣ କରି ଦେଇ ଥିଲେ। ଗ୍ରାମ ବାସୀ ସେବେଠୁ ଗୁହାରୀ କରି କରି ନୟାନ୍ତ ହୋଇ ଯାଇଥିଲେ ମଧ୍ୟ ଏହାକୁ ସରକାର୍ ଦୃଷ୍ଟି ଆଢ଼ୁଆଳରେ ରହି ଆସୁଅଛି ଏଯାବତ୍। ସମୟ କ୍ରମେ ଭୂତ କୋଠୀ ରେ ପରିଣତ ହେଇଥିବା ଡ଼ାକ୍ତରଖାନା ଟିକୁ ଲୋକ ଙ୍କ ଆବଶ୍ୟକତା କୁ ଅନୁଭବ କରି ୨୦୦୬ ମସିହା ରେ ମଇତାପୁର ଅଞ୍ଚଳ ର ଜଣେ ବଦାନ୍ୟ ବ୍ୟକ୍ତି ସମାଜ ସେବୀ ଶିକ୍ଷାବିତ୍ ଶ୍ରୀଯୁକ୍ତ ବିଷ୍ଣୁ ମୋହନ ମହାନ୍ତି ଏଯାବତ୍ ସତର ବର୍ଷ ଧରି ଚଳାଇ ଆସୁଛନ୍ତି। ପଞ୍ଚୟତ ବାସୀ ସମେତ ଆଖ ପାଖ ପଞ୍ଚାୟତ ର ଅନେକ ରୋଗୀ ଏହାରି ଉପରେ ନିର୍ଭର କରୁଥିବା ବେଳେ। ଗ୍ରାମବାସୀ ହସପିଟାଲ କମିଟି ଫାଇଭ ଟି ଙ୍କୁ ସରକାରୀ କରିବା ପାଈଁ ଗୁହାରୀ ଜଣାଇ ଥିଲେ। ଫାଇଭ ଟି ନିର୍ଦ୍ଦେଶ କ୍ରମେ ବାଲେଶ୍ଵର ମେଡ଼ିକାଲ ଜିଲ୍ଲା ଅଧିକାରୀ ଙ୍କ ସ୍ବତନ୍ତ୍ର ଟିମ୍ ଭାବେ ଏ ଡି ପି ଏଚ ଓ ଶଶାଙ୍କ ଶେଖର ଚୋଧୁରୀ ସିମୁଳିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ସନ୍ତୋଷ କୁମାର ସାହୁ ଆଜି ମ ଇ ତା ପୁର ହସପିଟାଲ ର କ୍ଷେତ୍ର ପରିଦର୍ଶନ ରେ ଆସିଥିଲେ। ସବୁ ତଦାରଖ କରିବା ସହ ସ୍ଥାନୀୟ ଲୋକେ ବ୍ଲକ ଚେୟାର ମ୍ୟାନ ବାବାଜି ଚରଣ ମଲିକ, ଜିଲ୍ଲା ପରିଷଦ ରମେଶ ଚନ୍ଦ୍ର ସାହୁ, ବିଧାୟକ ପ୍ରତିନିଧି ଜୟନ୍ତ ପ୍ରସାଦ ନାୟକ ଅନେକ ସାମାଜିକ କର୍ମୀ ସମେତ ହସପିଟାଲ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରି ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post