୧୧୦ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ଦକ୍ଷତା ବୃଦ୍ଧି ଓ ସମୀକ୍ଷା ବୈଠକ

0 3

ଉନ୍ନୀତ ବିଦ୍ୟାଳୟଗୁଡ଼ିକର ଉତ୍ତମ ପରିଚାଳନା ଅଧ୍ୟକ୍ଷମାନଙ୍କ ପାଇଁ ଏକ ଆହ୍ୱାନ: ଗଣଶିକ୍ଷା ସଚିବ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ କୃଷିଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ୧୧୦ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ଦକ୍ଷତା ବୃଦ୍ଧି ଓ ସମୀକ୍ଷା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ୍. ଅଧ୍ୟକ୍ଷତା କରି କହିଲେ ଯେ ପ୍ରଥମ କରି ଉନ୍ନୀତ ହୋଇଥିବା ୧୧୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏକ ନୂଆ ଶିକ୍ଷା ପରିବେଶରେ ପ୍ରବେଶ କରୁଛନ୍ତିା ତେଣୁ ଏହି ବିଦ୍ୟାଳୟଗୁଡ଼ିକର ଉତ୍ତମ ପରିଚାଳନା ଅଧ୍ୟକ୍ଷମାନଙ୍କ ପାଇଁ ନିଶ୍ଚିତ ରୂପେ ଏକ ଆହ୍ୱାନା ଶିକ୍ଷାନୁଷ୍ଠାନ ପୂର୍ବରୁ ଥିବା ବିଦ୍ୟାଳୟ ଅପେକ୍ଷା ଅଧିକ କ୍ରିୟାଶୀଳ ହେବ ବୋଲି ଗଣଶିକ୍ଷା ସଚିବ ଆଶାବ୍ୟକ୍ତ କରିଛନ୍ତିା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଧ୍ୟକ୍ଷ ପଦକୁ ଉନ୍ନୀତ ହେବା ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପା ଅଧ୍ୟକ୍ଷମାନେ ଯେପରି ନିଜ ଶିକ୍ଷାନୁଷ୍ଠାନର ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବେ ସେ ନେଇ ସଚିବ ସେମାନଙ୍କୁ ଉତ୍ସାହିତ କରିଥିଲୋ
ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଶ୍ରୀ ଅନୁପମ ସାହା ତାଙ୍କ ଅଭିଭାଷଣରେ କହିଲେ ଯେ ନୂତନ ଅଧ୍ୟକ୍ଷମାନଙ୍କର ଅନୁଷ୍ଠାନ ପରିଚାଳନା ବାବଦରେ ଦକ୍ଷତା ବୃଦ୍ଧି ନିମନ୍ତେ ଏହି କର୍ମଶାଳା ସହାୟକ ହେବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଅର୍ଥରାଶି ସମଗ୍ର ଶିକ୍ଷାରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାହା ପ୍ରକାଶ କରିଥିଲୋ
ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଏହି କର୍ମଶାଳାକୁ ରାଜ୍ୟ ସରକାରଙ୍କ ଏକ ବୈପ୍ଳବିକ ପଦକ୍ଷେପ ରୂପେ ଉଲ୍ଲେଖ କରି ଭବିଷ୍ୟତରେ ଏହି ବିଦ୍ୟାଳୟଗୁଡ଼ିକ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନ ବୃଦ୍ଧି କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲୋ
ପ୍ରାରମ୍ଭରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍. ଆୟାର ସମସ୍ତ ଅତିଥି, ଅଧ୍ୟକ୍ଷବୃନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ନିର୍ଦ୍ଦେଶାଳୟର ପଦସ୍ଥ ଅଧିକାରୀମାନଙ୍କୁ ସ୍ୱାଗତ କରିବା ଅବସରରେ ନୂତନ କରି ଉନ୍ନୀତ ହୋଇଥିବା ବିଦ୍ୟାଳୟର ଅଧ୍ୟକ୍ଷମାନେ ବିଦ୍ୟାଳୟ ପରିଚାଳନା ସହ ନେତୃତ୍ୱ ନେବାର ସୁଯୋଗ ପାଇବେ ବୋଲି ଆଶାପ୍ରକାଶ କରିଥିଲୋ
ଏକାଦଶ ଶ୍ରେଣୀର ଶିକ୍ଷାଦାନ ଆସନ୍ତା ଅଗଷ୍ଟ ଏକ ତାରିଖରୁ ଆରମ୍ଭ ହେବା ଏହିଦିନ ସମସ୍ତ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଆୟୋଜନ ତଥା ଛାତ୍ର, ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହେବା ଏହି କର୍ମଶାଳାରେ ଉଚ୍ଚ ମାଧ୍ୟମିକ ସ୍ତରରେ ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନା ଓ ବିଭିନ୍ନ ସହ-ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ବିଷୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଅଶୋକ କୁମାର ନାୟକ ଉପସ୍ଥିତ ରହି ଆଲୋଚନା କରିଥିଲୋ ଛାତ୍ରଛାତୀଙ୍କ ପାଇଁ ବୃତ୍ତି ବ୍ୟବସ୍ଥା, କ୍ୟାରିଅର କାଉନସେଲିଂ, ହାକାଥନ ପ୍ରତିଯୋଗିତା, ଫନୀଚର ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲାା

ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ଏବଂ ସୁନନ୍ଦା ମେକାପ ମଞ୍ଚ ପରିଚାଳନା କରିଥିବାବେଳେ ଉପନିର୍ଦ୍ଦେଶିକା ତଥା ପ୍ରାଧ୍ୟାପିକା ତିଳୋତ୍ତମା ସେନାପତି ଧନ୍ୟବାଦ ଅର୍ପଣ କରିଥିଲୋ
ଏହି କର୍ମଶାଳାରେ ରାଜ୍ୟର ୧୧୦ ଉନ୍ନୀତ ହୋଇଥିବା ଅଧ୍ୟକ୍ଷମାନଙ୍କ ସହିତ ୩୦ଟି ଜିଲ୍ଲାର ଅତିରିକ୍ତ ଶିକ୍ଷା ଅଧିକାରୀ ଏବଂ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲୋ

Leave A Reply

Your email address will not be published.