ଆରିକାଙ୍କୁ ମିଳିବ ବି. ଏସ. କେ. ୱାଇ. ସହାୟତା

0 2

ଭୁବନେଶ୍ୱର: ସୁନ୍ଦରଗଡ଼ ସହର ରଙ୍ଗାପାଢ଼ି ଅଞ୍ଚଳର ୧୦ ବର୍ଷୀୟ ବାଳିକା ଆରିକା ଫତିମାଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ସାମିଲ କରାଯାଇଛି। ଆଜି ଠାରୁ ଚିକିତ୍ସା ନିମନ୍ତେ ସେ ଏହି ଯୋଜନରୁ ସହାୟତା ପାଇବେ।
ଆରିକାଙ୍କ ରୋଗ ବିଷୟ ଆଜି ଗଣମାଧ୍ୟମରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଂଯୋଜନାରେ ଜାଣିବା ମାତ୍ରେ ବି ଏସ କେ ୱାଇ ଟିମ୍ ତରଫରୁ ମିଶନ ମୋଡ ରେ କାର୍ଯ୍ୟ ଆରମ୍ଭ କରାଯାଇ ଥିଲା।

୫- ଟି ଆଧାରିତ ସମୟ ଉପଯୋଗୀ ସେବା ଯୋଗାଣ ନୀତି ଅନୁଯାୟୀ ଆରୀକାଙ୍କ ପରିବାରଙ୍କୁ ଠାବ କରାଯାଇ ଆଜି ଅପରାହ୍ନ ସୁଦ୍ଧା ଏହି ବାଳିକାଙ୍କୁ ବି ଏସ କେ ୱାଇ ଅନ୍ତର୍ଭୁକ୍ତ କରାଯାଇଛି। ତାଙ୍କର କାର୍ଡ ନମ୍ବର ୩୦୨୦୩୬୧୧୨୫୨. ୱାର୍ଡ ନମ୍ବର -୨୧, ସୁନ୍ଦରଗଡ। ବର୍ତ୍ତମାନ ଆରୀକା ବି ଏସ କେ ୱାଈ ତାଲିକା ଅନ୍ତର୍ଭୁକ୍ତ ଯେ କୌଣସି ଘରୋଇ ହସ୍ପିଟାଲ୍ ରେ ମାଗଣା ଚିକିତ୍ସା ପାଇ ପାରିବେ।
ଗରିବ ବାଳିକାଟିର ଚିକିତ୍ସା ନିମନ୍ତେ ସରକାରଙ୍କ ଏତାଦୃଶ ତୁରନ୍ତ ପଦକ୍ଷେପ ପାଇଁ ସ୍ଥାନୀୟ ବାସିନ୍ଦା ସନ୍ତୋଷ ପ୍ରକାଶ କରିଛନ୍ତି। ବାଳିକାଙ୍କ ଦୁଃଖ କଥା ଦୃଷ୍ଟିକୁ ଆଣି ତାଙ୍କୁ ସହାୟତାରେ ସହଯୋଗ କରିଥିବାରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗଣ ମାଧ୍ୟମ ଙ୍କୁ ଧନ୍ୟବାଦ ଦିଆଯାଇଛି।

Leave A Reply

Your email address will not be published.