ମଡେଲ ଡିଗ୍ରୀ କଲେଜ୍ ରେ ଯକ୍ଷ୍ମା ମୂଳୋତ୍ପାଟନ ଶିବିର

0

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲାର ଟିର୍ଲି ଅମ୍ବା ଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଯକ୍ଷ୍ମା ରୋଗ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସାନମସିଗାଁ ଡାକ୍ତରଖାନାର ପିପିଏମ କୋଡି ନେଟର ମାନସ କୁମାର ପ୍ରହରାଜ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଯକ୍ଷ୍ମା ରୋଗ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଅନ୍ୟ ତମ ବକ୍ତା ଭାବେ ମେଡିକାଲ କର୍ମଚାରୀ ମାନସ ରଞ୍ଜନ ପ୍ରହରାଜ ଓ ଶ୍ରୀନିବାସ ପଟ୍ ନାୟକ ଯୋଗ ଦେଇ ଏହାର ଲକ୍ଷଣ ତଥା ନିରାକରଣ ଉପରେ ସବିଶେଷ ଆଲୋଚନା କରିଥିଲେ।ରୋଗକୁ ଘୃଣାକର ରୋଗୀକୁ ନୁହେଁ,ବୋଲି ନିଜ ଭାଷଣରେ ଅଧ୍ୟକ୍ଷ ଡ଼ ବେହେରା ପିଲାମାନଙ୍କୁ ବୁଝାଇଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ସମସ୍ତ ସ୍ୱେଚ୍ଛାସେବୀ ନିଜଗ୍ରାମକୁ ଯେପରି ଯକ୍ଷ୍ମା ମୁକ୍ତ କରିବେ, ସେଥିପ୍ରତି ଧୃଢ଼ ସଂକଳ୍ପ ନେବାକୁ ଆହ୍ବାନ କରିଥିଲେ।ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀଙ୍କ ଧନ୍ୟବାଦ୍ ଅର୍ପଣପରେ ସଭାସାଙ୍ଗ ହୋଇଥିଲା। ଏହାପରେ ସ୍ବେଛାସେବୀ ମାନେ ନିଜର ପୋଷ୍ୟ ଗ୍ରାମ ଟିର୍ଲି ଆମ୍ବା ଗୁଡାକୁ ଏକ ରାଲି ରେ ଯାଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ।ଖାଦ୍ୟପ୍ରତି ଯତ୍ନବାନ ହୋଇ ଡାକ୍ତରଙ୍କ ଦ୍ଵାରା ଦିଆଯାଇଥିବା ଔଷଧ ସେବନରେ ଯେପରି ଅବହେଳା ନକରନ୍ତି ସେଥିପ୍ରତି ସତର୍କ କରାଇଥିଲେ।ଏହି ସଚେତନତା ରାଲୀରେ ପଚାଶରୁ ଅଧିକ ସ୍ବେଛାସେବୀ ଯୋଗ ଦେଇଥିଲେ।ଏହାକୁ ପୋଷ୍ୟ ଗ୍ରାମ ବାସୀ ପ୍ରଶଂସା କରିଥିଲେ।

Leave A Reply

Your email address will not be published.