ଘୁ.ଉଦୟଗିରି ପ୍ରେସ କ୍ଲବ ପକ୍ଷରୁ ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଉଦେଶ୍ୟରେ ଶୋକ ସଭା

0

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଆଜି ଘୁ.ଉଦୟଗିରି ପ୍ରେସ କ୍ଲବ ତରଫରୁ ସ୍ଥାନୀୟ ପ୍ରେସ କ୍ଲବ ସଭା ଗୃହ ଠାରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ଶୋକସଭା ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଉଦେଶ୍ୟରେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇ ତାଙ୍କର ଅମର ଆତ୍ମାର ସଦଗତି ପ୍ରାର୍ଥନା କରାଯାଇଥିଲା I ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରେସ କ୍ଲବ ସଭାପତି ଅରୁଣ କୁମାର ଷଡ଼ଙ୍ଗୀ, ସମ୍ପାଦକ ଅନିଲ କୁମାର ଦଳବେହେରା, ସଂଗଠନ ସମ୍ପାଦକ ଗଗନ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ବରିଷ୍ଠ ସାମ୍ବାଦିକ ଶିଶିର ପଟନାୟକ, ବରିଷ୍ଠ ସାମ୍ବାଦିକ ଦେବନାଥ ଦଲାବେହେରା, ସମୀର କୁମାର ପାଢୀ, ରାମକୃଷ୍ଣ ଚୌଧୁରୀ, ପ୍ରତାପ ଚନ୍ଦ୍ର ପାଢ଼ୀ, ବଟକୃଷ୍ଣ ଦାଶ, ପ୍ରସନ୍ନ କୁମାର ମିଶ୍ର, ଆସୁତୋଷ ସାହୁ, ଏନ ରାଜାରାଓ, ଚିନ୍ମୟ କୁମାର ସେଠୀ, ସହସମ୍ପାଦକ ସୁଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ମୃତି ଚାରଣ କରିଥିଲେ l

Leave A Reply

Your email address will not be published.