ଗୁଣପୁର ଉନ୍ନୟନ ଯୁବ ସଂଗଠନ ପକ୍ଷରୁ ୪ ଦଫା ଦାବି ନେଇ ସ୍ମାରକ ପତ୍ର ପ୍ରଦାନ ।

0

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ଗୁଣପୁର ଉନ୍ନୟନ ଯୁବ ସଂଗଠନ ପକ୍ଷ୍ୟରୁ ଆଜି ରାୟଗଡା ଜିଲ୍ଲା ଗୁଣପୁର ଠାରେ 4 ଦଫା ଦାବୀ ନେଇ ଆବାହକ ଉମା ଶଙ୍କର ଦାଶ, ସଦସ୍ୟ ଶକ୍ତି ପ୍ରଦ ଦାଶ, ସୁମନ ସାହୁକାର, ଏସ୍. ସନ୍ତୋଷ କୁମାର, ସିଦ୍ଧାର୍ଥ ପ୍ରେମ ଦାଶ, ସନ୍ତୋଷ କୁମାର ଗୁରୁ, ରାମନାଥ ମହାନ୍ତି ଓ ଜଗବନ୍ଧୁ ଲିମା ସମୁହ ଉପ ଜିଲ୍ଲାପାଳ ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସହର ପରିମଳ ଓ ସ୍ଵଚ୍ଛତା ପାଇଁ ସରକାର ଙ୍କ ପକ୍ଷ୍ୟରୁ ଅର୍ଥ ଆସୁଥିଲେ ମଧ୍ଯ ପୌର ପରିଷଦ ରେ ପରିମଳ ବ୍ୟବସ୍ଥା ଠିକ୍ ରହୁନଥିବା, ସହରରେ ଥିବା ଡ୍ରେନ୍ ଗୁଡିକରେ ଫିନାଇଲ୍, ବ୍ଲିଚିଙ୍ଗ ଓ ମଶାମରା ଔଷଧ ପକା ଯାଉନଥିବା, ନିଜର ବ୍ୟବହୃତ ଚାରି ଚକିଆ ଓ ତିନି ଚକିଆ ଗାଡି ଗୁଡିକ ପୌର ରାସ୍ତା ରେ ରଖି କିଛି ବ୍ୟକ୍ତି ରାସ୍ତା ଅବରୋଧ କରି ଟ୍ରାଫିକ ସମସ୍ଯା ଉପୁଜୁଥିବା ଏବଂ ହୋଟେଲ ଓ ମାଛ – ମାଂସ ବିକାଳି ମାନେ ଅସ୍ୱାସ୍ଥ୍ୟ କର ବତା ବରଣରେ ଖାଦ୍ୟ ପଦାର୍ଥ ବିକ୍ରୟ କରୁଥିବା ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଙ୍କ ବିନା ଜାଞ୍ଚ ରେ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଭଳି ଅଭିଯୋଗ ଦର୍ଶା ଯାଇଛି। ଏହି ସମସ୍ୟା ଗୁଡ଼ିକ ଯଦି ଆଗାମୀ 6/11/2018 ତାରିଖ ସୁଦ୍ଧା ସମାଧାନ କରାନଯାଏ ତେବେ ସଂଘଠନ ପକ୍ଷ୍ୟରୁ ପୌର ପରିଷଦ କାର୍ଯ୍ୟାଳୟ ସାମ୍ମାନ ରେ ପ୍ରତୀକ ଧାରଣା ଦିଆଯିବ ବୋଲି ଦର୍ଶାଯାଇଛି।

Leave A Reply

Your email address will not be published.