ରାୟଗଡ ଠକ୍କର ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ

0

ରାୟଗଡରୁ ସରୋଜ କୁମାର ସାହୁ :  ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲ ର ଦର ହୁ ହୁ ଭାବେ ବଢୁଥିବା ବେଳେ ପେଟ୍ରୋଲ ପମ୍ପ ର ମାଲିକଙ୍କ ଦ୍ୱାରା ତେଲ ପକାଇବା ରେ ଠକୁଥିବା ସଧାରଣ ଜନତାଙ୍କୁ ବୋଝ ଉପରେ ଲଳିତା ବିଡା ସଦୃଶ।ଗତ କିଛି ଦିନ ତଳେ ପୁରୀ ଜିଲ୍ଲାରେ ପେଟ୍ରୋଲ ପକାଇବା ଠକାମୀ ଧରା ପଡ଼ିବା ପରେ ଯେଉଁ ଭଳିଆ ପୋଡାଜଳା ହୋଇଥିଲା ଠିକ୍ ସେହିଭଳି ରାୟଗଡ ସହରରେ ଦେଖିବାକୁ ମିଳିଛି। ପ୍ରାପ୍ତ ଖବର ରୁ ପ୍ରକାଶ ଯେ, ରାୟଗଡ ଜିଲ୍ଲାର କାଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୋଲମା ଗ୍ରାମର ଯୋଗେନ୍ଦ୍ର ତାରକା ପେଟ୍ରୋଲ ନେବା ପାଇଁ ରାୟଗଡ ସହରର କପିଳାସ ଛକ ନିକଟରେ ଥିବା ଠକ୍କର ପେଟ୍ରୋଲ ପମ୍ପ କୁ ଏକ ୧୦ ଲିଟେରିଆ ଜାରକିନ୍ ଯୋଗେ ପେଟ୍ରୋଲ ନେବା ପାଇଁ ଯାଇଥିଲେ ଏବଂ ୧୦ ଲିଟର ପେଟ୍ରୋଲ ପକାଇବା ପାଇଁ କହିଥିଲେ | କିନ୍ତୁ୧୦ ଲିଟର ପକାଇବା ଜାଗାରେ ତାଙ୍କୁ ୮ ଲିଟର ପେଟ୍ରୋଲ ଦେଇଥିଲେ ଓ ୧୦ ଲିଟରର ଟଙ୍କା ମାଗିଥିଲେ। ସେହି ସମୟରେ ଯୋଗେନ୍ଦ୍ର ଙ୍କୁ ସନ୍ଦେହ ହେବାରୁ ପେଟ୍ରୋଲ ପକାଉ ଥିବା ପିଲାକୁ ପଚାରିଥିଲେ। ଏହି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା | ଧୀରେ ଧୀରେ ସେଠାରେ ଲୋକ ଜମା ହୋଇ ଯାଇଥିଲେ । ଖବର ସଂଗ୍ରହ କରିବାକୁ ସାମ୍ବାଦିକ ମାନେ ପହଞ୍ଚି ଏହି ବିଷୟରେ ଜିଲ୍ଲାର ଯୋଗାଣ ବିଭାଗର ଅଧିକାରୀ ଙ୍କୁ ଖବର ଦେଇଥିଲେ। ଗଣ୍ଡଗୋଳର ଆଶଙ୍କା ଥିବାରୁ ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲା । ଉକ୍ତ ପେଟ୍ରୋଲ ପମ୍ପ ରେ ଗ୍ରାହକ ଙ୍କ ନିମନ୍ତେ କୌଣସି ମୌଳିକ ସୁବିଧା ନଥିବା ଦେଖିବାକୁ ମିଳିଥିଲା। ଅତିରିକ୍ତ ଖାଉଟି ଯୋଗାଣ ଅଧିକାରୀ ମୁରଲୀ କ୍ରିଷ୍ଣା ରାଓ, ଅତିରିକ୍ତ ଖାଉଟି ଯୋଗାଣ ଅଧିକାରୀ (ସହର) ବିଶ୍ୱନାଥ ସେନାପତି ଓ ସ୍କ୍ୱାଡ଼  ଈନିସପେକ୍ଟର ମନୋଜ କୁମାର ରଥ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି |

Leave A Reply

Your email address will not be published.