ଗରିମା ପରିବାରର ବନ୍ଧୁ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ

0

ରାଉରକେଲା,(ବସନ୍ତ କୁମାର ଜେନା) : ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ଏକ ପାରିବାରିକ ମିଳନ ସହ ନୂତନ କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ସେକ୍ଟର ୨ ସାହାନାଇ ମଣ୍ଡପ ଠାରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ସାଧାରଣ ସଂପାଦକ ଶଙ୍କର ଜେନା ଙ୍କ ଆବାହକତ୍ବ ଓ ମୋନାଲିସା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ସନ୍ତୋଷ ଅଗ୍ରୱାଲ, ନରେଶ ଆର୍ଯ୍ୟ, ଅଶୋକ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗକୁ ଅଧିକ ଲୋକାଭିମୁଖି କାର୍ଯ୍ୟକ୍ରମ କରିବା ପାଇଁ ମତ ରଖିଥିଲେ । ପରେ ସର୍ବସମ୍ମତିକ୍ରମେ ୨୦୨୩-୨୪ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା । ମୁଖ୍ୟ ପୃଷ୍ଠପୋଷକ ଭାବେ ସୁନିଲ୍ କୟାଲ, ସହ ମୁଖ୍ୟ ପୃଷ୍ଠପୋଷକ ଭାବେ ଶଙ୍କର ଜେନା, ପୃଷ୍ଠପୋଷକ ଭାବେ ଗଣେଶ ବାଗାଡିଆ, ନରେଶ ଆର୍ଯ୍ୟ,କେ କେ ପୋଦ୍ଦାର,ସନ୍ତୋଷ ଅଗ୍ରୱାଲ,କ୍ଷୀରୋଦ ଚନ୍ଦ୍ର ସାହୁ,ମୁଖ୍ୟ ଉପଦେଷ୍ଟା ଭାବେ ରଶ୍ମିତ ସାହାଣୀ, ଉପଦେଷ୍ଟା କୁଞ୍ଜବିହାରୀ ରାଉତ, ସତ୍ୟାନନ୍ଦ ବେହେରା,ପବନ ତିୱାରୀ, ଜିତେନ୍ଦ୍ର ବସ୍ତିଆ,ଅଶୋକ ପଟ୍ଟନାୟକ,ରାକେଶ ମହାନ୍ତି, ପ୍ରମୋଦ ନାତୁଲ୍ୟ, ଜୟନ୍ତ ମିଶ୍ର,ଆଦିତ୍ଯ ବାରିକ,ରଂଜନ ବାରିକ, ଅରବିନ୍ଦ ପରିଡା,ସାଗର ଜେନା,ଅଧ୍ୟକ୍ଷା ଭାବେ ନିହାରିକା ବସ୍ତିଆ, ଆବାହକ ଭାବେ ସୁମିତା ମହାନ୍ତି, ସଭାପତି ଭାବେ ମମତା ନାୟକ, ଉପସଭାପତି ପ୍ରଣତୀ ଜେନା,ସଂପାଦିକା ଡଃ ସରିତା ମଲ୍ଲ,ସହ ସଂପାଦିକା ଶର୍ମିଲା ତ୍ରିପାଠୀ,କୋଷାଧ୍ୟକ୍ଷା ରେବତୀ ବାରିକ,ସହ କୋଷାଧ୍ୟକ୍ଷା ଶଙ୍ଖରିନା ପ୍ରଧାନ,ସାଂସ୍କୃତିକ ସଂପାଦିକା ଶାନ୍ତିଲତା ବାରିକ, ସାଂସ୍କୃତିକ ସହ ସଂପାଦିକା ସନ୍ତୋଷୀ ମଲ୍ଲିକ,ତଥା ପ୍ରଶାସନିକ ସଦସ୍ୟା ଭାବେ ସୁନିତା ଶ୍ରୀନିବାସନ,ଦେବସ୍ମିତା ଶତପଥୀ,ମମତା ଦାସ, ଲୀନା ତ୍ରିପାଠୀ,ସୁମିତ୍ରା ତିୱାରୀ,ମୋନାଲିସା ଗୌଡ,ମୋନାଲିସା ସାହୁ, ମୀନାକ୍ଷୀ ପାଢୀ,ରଶ୍ମି ମହାନ୍ତି,ମୀନତି ମୋଦି, ଶଏଲି ଅଗ୍ରୱାଲ, ମୌସୁମୀ ଆଚାର୍ଯ୍ୟ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଏହି ଅବସରରେ ରଜକୁଇନ ହୋଇଥିବା ତିନି ଶ୍ରେଷ୍ଠ ପ୍ରତିଯୋଗୀ ସଞ୍ଜନା ପତି, ସ୍ବପ୍ନା ରାଜହଂସ ଓ ଅମିଶା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପରେ କର୍ମକର୍ତ୍ତାଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.