ରାଉରକେଲା(ବସନ୍ତ କୁମାର ଜେନା): ଭଞ୍ଜ ସାହିତ୍ୟରେ ନାୟିକା କେବେ ପାର୍ଥିବ ହୋଇପାରେନା। ସେ ଗୌରବମୟୀ, ସେ ଦେବ ବାମା ବା ଦିବ୍ୟବାମା। କବି ସମ୍ରାଟ ଭଞ୍ଜ ଥିଲେ ସ୍ବକୀୟା କବି ବୋଲି ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଭଞ୍ଜ ସାହିତ୍ୟ ପ୍ରବକ୍ତା ତଥା ଗବେଷକ ଅଧ୍ୟାପକ ଡଃ ଅଶୋକ କୁମାର ତ୍ରିପାଠୀ ମତବ୍ଯକ୍ତ କରିଛନ୍ତି । ସହରର ଅଗ୍ରଣୀ ତଥା ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ ଭଞ୍ଜଭବନ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ଭଞ୍ଜ ଜୟନ୍ତୀ ପାଳନ କରାଯାଇଥିଲା । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ, ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ବ ଓ ସଂପାଦକ ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିପିୟୁଟିର ରେଜିଷ୍ଟ୍ରାର ରିଶିପୂର୍ଣ୍ଣା ମିଞ୍ଜ ଯୋଗଦେଇ କବିସମ୍ରାଟ ଙ୍କ ଶବ୍ଦଜ୍ଞାନ ଓ କବିତା କୁ ଅତୁଳନୀୟ କହିବା ସହ ପାଠାଗାରର ପୁସ୍ତକ ଓ ସାହିତ୍ୟ ତଥା ସଂସ୍କୃତି ପ୍ରତି ପ୍ରତିବଦ୍ଧତାକୁ ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଡଃ ତ୍ରିପାଠୀ ଭଞ୍ଜଙ୍କ ସଂପର୍କରେ ଓ ତାଙ୍କ ସାହିତ୍ୟକୃତି ଉପରେ ଆଲୋଚନା କରି କହିଲେ ଯେ ଭଞ୍ଜ ଥିଲେ ପ୍ରଚଣ୍ଡ କାବ୍ୟିକ ବ୍ୟକ୍ତିତ୍ବ। ସେ ଥିଲେ କୋମଳ ତଥା ହୃଦୟବାନ । ପ୍ରାରମ୍ଭରେ ଉତ୍କଳୀୟ ଓ ସଂସ୍କୃତିୟ କବିତ୍ବ ମାର୍ଗ ଥିବାବେଳେ ଭଞ୍ଜ ବିଚିତ୍ର କବିତ୍ବ ମାର୍ଗକୁ ଆପଣାଇଥିଲେ। ସେ ନିଜର ସୃଷ୍ଟିକୁ ଅନ୍ୟ କବିଙ୍କ ସୃଷ୍ଟି ପାଖରେ ଜୁଳୁଜୁଳିଆ ପୋକ ବୋଲି କହି ନିଜର ନମ୍ରତା ପରିପ୍ରକାଶ କରିଥିବା ବେଳେ ଉପେନ୍ଦ୍ର ଭଞ୍ଜ ଓ ଜୟଦେବ ଭିନ୍ନମୁଖୀ ପ୍ରତିଭା ଥିଲେ ବୋଲି ମତ ରଖିଥିଲେ । ଜୟଦେବ ସଂସ୍କୃତକୁ ଓଡିଆ ଭାଷା ଆଡକୁ ଆଣିଥିବା କବି, ହେଲେ ଭଞ୍ଜ ଓଡିଆ କୁ ସଂସ୍କୃତ ସମକ୍ଷକ କରିବା ପାଇଁ ପ୍ରୟାସରେ ଥିଲେ। ଜୟଦେବଙ୍କୁ ପରକୀୟା ଓ ଭଞ୍ଜଙ୍କୁ ସ୍ବକୀୟା କବି ଭାବେ ଅବହିତ କରିବା ସହ ଦୀନକୃଷ୍ଣଙ୍କ ରସକଲ୍ଲୋଳ ସଂପର୍କରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ଭଞ୍ଜ କଳାକେନ୍ଦ୍ରର ଗୁରୁ ବୀଣାପାଣି ରଥ ଓ ସାଥୀ କଳାକାରଙ୍କ ଦ୍ବାରା ଭଞ୍ଜ ସଂଗୀତ ପରିବେଷଣ କରାଯାଇଥିବାବେଳେ ମୁଖ୍ୟବକ୍ତା ଡକ୍ଟର ତ୍ରିପାଠୀଙ୍କ ରଚିତ ପୁସ୍ତକ ‘ଭଞ୍ଜ ଭାସ୍ବତୀ’କୁ ମୁଖ୍ୟଅତିଥି ଓ ଅନ୍ୟମାନେ ଉନ୍ମୋଚିତ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଶତପଥୀ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥବାବେଳେ ସାଧାରଣ ସଂପାଦକ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଉପଦେଷ୍ଟା ଅଭୟ କୁମାର ଦାସ,ଜ୍ୟୋତିରଂଜନ ମହାପାତ୍ର, ମନୋଜ କୁମାର ପଣ୍ଡା, ଅର୍ଚ୍ଚନା ମହାନ୍ତି, ଡଃ ଜୟନ୍ତୀ ପାଢୀ,କୁଞ୍ଜବିହାରୀ ରାଉତ,ପ୍ରଦୀପ ପଟ୍ଟନାୟକ, ବିଜୟ ପାତ୍ର, ଡାକ୍ତର ବସନ୍ତ ଦାସ, କରୁଣାକର ପାଟ୍ଟଶାଣୀ, ପର୍ଶୁରାମ ପଟ୍ଟନାୟକ, ପଞ୍ଚାନନ ପାତ୍ର ପ୍ରମୁଖ ସହଯୋଗ କରିଥିବାବେଳେ ପାଠାଗାରର ବହୁ ସଦସ୍ୟ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସର୍ବଶ୍ରୀ ତାରିଣୀ ଚରଣ ସାହୁ, ଡଃ ଶକ୍ତିପ୍ରସାଦ ସାମନ୍ତରାୟ, ନଳିନୀକାନ୍ତ ଧର, ଡା କୃପାସିନ୍ଧୁ ନାୟକ, ରାଜୀବ ପାଣି, ଗଙ୍ଗାଧର ଦାଶ,ରଙ୍କନିଧି ସେଠୀ, ଭୋଳେଶ୍ବର ବେହେରା, ଡଃ ଅଶ୍ବିନୀ ରାୟ, ବନବିହାରୀ କିଶାନ, ପ୍ରଳୟ ଶତପଥୀ, ବ୍ରଜେନ୍ଦ୍ର ଦାଶ, ରାମକୃଷ୍ଣ ତ୍ରିପାଠୀ, ଅକ୍ଷୟ ସାମଲ, ଡଃ ରବିନ୍ଦ୍ର କୁମାର ଜେନା, ଡଃ ସୁରେନ୍ଦ୍ର କୁମାର ବେହେରା ଙ୍କ ସମେତ ଶତାଧିକ ଭଞ୍ଜପ୍ରେମୀ ଓ ରାଉରକେଲା କଲେଜର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.