ଦୁଖୀ ବୁଝେ ଦୁଃଖ କଣ !

0

ଦିନ ମଜୁରିଆ ହୋଇ ବି ସେବା ତାଙ୍କର ମୂଳ ଲକ୍ଷ୍ୟ

ବାସୁଦେବପୁର – ସେ ଜଣେ ଦିନ ମଜୁରୀଆ। କାମ କୁ ଗଲେ ଚଳେ ତାଙ୍କ ସଂସାର। ସେ ସିନା ଦିନ ମଜୁରିଆ ହେଲେ ଲକ୍ଷ ତାଙ୍କର ସମାଜସେବା। କଉଥି ଯଦି ଶୁଣିଲେ କେହି ଜଣେ ବିପଦ ରେ ପଡିଛି ତୁରନ୍ତ ନିଜ ସାଇକେଲ ରେ ଯାଇ ପହଞ୍ଚି ଯାଆନ୍ତି ସେ। ନିଜେ ପରିଶ୍ରମ କରି ରଖିଥିବା ପଇସା ରୁ ଫଳ, ଔଷଧ ସହ ଆର୍ଥିକ ସହଯୋଗ କରନ୍ତି। ସେଥିରେ ତାଙ୍କର ମନରେ ଥାଏ ଅପୂର୍ବ ଆନନ୍ଦ। କାରଣ ଦୁଃଖ କଣ ସେ ନିଜ ଆଖିରେ ଦେଖୁଛନ୍ତି ଓ ଅନୁଭବ କରୁଛନ୍ତି। କେବେ ବି ସେ ଥକି ପଡ଼ି ନାହାଁନ୍ତି। କେବେ ବି ସେ ଭାଙ୍ଗି ପଡ଼ି ନାହାଁନ୍ତି।
ତାଙ୍କ ନାମ ରାମ ଚନ୍ଦ୍ର ଜେନା, ଡାକ ନାମ ଟୀକା ଭାଇ। ଘର ତାଙ୍କର ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଳକ ଅନ୍ତର୍ଗତ ରାଜଘୋର୍ ପୋଖରୀ ପଞ୍ଚାୟତ ରେ। ବୟସ ତାଙ୍କର ୭୫ ପାଖାପାଖି। ଏହି ବୟସ ରେ ସେ ନିଜେ ଜଣେ ଦିନ ମଜୁରୀଆ। ନା ନିଜର ଅଛି ଗୋଟେ ପ୍ରଧାନ ମନ୍ତ୍ରୀ ଆବାସ ନା ବାର୍ଦ୍ଧକ୍ୟ ଭତ୍ତା। ନିଜ ଭିତରେ ଅନେକ ଦୁଃଖ, ହେଲେ ସେ କେବେବି ଭାଙ୍ଗି ପଡ଼ି ନାହାଁନ୍ତି, ନିଜେ ପରିଶ୍ରମ କରି ରୋଜଗାର କରୁଥିବା ଟଙ୍କା କୁ ସେ ଲଗାଇ ଦେଉଛନ୍ତି ସମାଜ ପାଇଁ। ଖଣ୍ଡେ ସାଇକେଲ ହିଁ ତାଙ୍କର ସାହା ଭରଷା। ଏହି ସାଇକେଲ ରେ ସେ ଦୂର୍ ଜାଗାକୁ ଚାଲି ଯାଉଛନ୍ତି। ସରକାର ତାଙ୍କ ଉପରେ ନଜର ଦେଇ ତାଙ୍କୁ ଗୋଟିଏ ବାର୍ଦ୍ଧକ୍ୟ ଭତ୍ତା ଓ ପ୍ରଧାନ ମନ୍ତ୍ରୀ ଆବାସ ଟିଏ ଦିଅନ୍ତୁ ବୋଲି କିଛି ଗ୍ରାମ ବାସୀ ମାନେ ଦାବି କରିଛନ୍ତି। ଟୀକା ଭାଇ ଙ୍କ ସେବା ସତରେ ପ୍ରଶଂସା ଯୋଗ୍ୟ, ସମାଜ ପାଇଁ ସେ ଜଣେ ଉତ୍ତମ ଉଦାହରଣ ର ପାତ୍ର। ଭଗବାନ ତାଙ୍କୁ ଏମିତି ଶକ୍ତି ଦିଅନ୍ତୁ ସେ ତାଙ୍କର ଜନ ମାନସ ର ସେବା କୁ ଜାରି ରଖନ୍ତୁ।

Leave A Reply

Your email address will not be published.