ସୁବର୍ଣ୍ଣପୁର:(ପ୍ରକାଶ କୁମାର ହାତୀ) ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ଠାରେ“ବିଶ୍ବ ଯୁବ ଦକ୍ଷତା ଦିବସ” ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟନାରାୟଣ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ, ଅଚ୍ୟୁତ ସିଂ, ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଶ୍ରୀ ଅର୍ଜୁନ ଟୁଡୁ, RSETI ର ନିର୍ଦ୍ଦେଶକ ଅତିଥି ରୂପେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀମତୀ ସଞ୍ଜୁ କୁମାରୀ ସାହୁ ସଭା ପରିଚାଳନା କରିଥିଲେ ।ସକାଳ ୧୦ ଘଟିକା ସମୟରେ ଏକ ରୋଡ଼ ସୋ ର ଆୟୋଜନ ହୋଇଥିଲା ଏଥିରେ ମହାରାଜା ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୋନପୁରର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରି ସହର ପରିକ୍ରମା କରିଥିଲେ ।
ବିଶ୍ବ ଯୁବ ଦକ୍ଷତା ଉପଲକ୍ଷେ ପ୍ରବନ୍ଧ, ବକ୍ତୃତା, ତର୍କ ଏବଂ କୁଇଜ୍ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଶେଷରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀମତୀ ସଞ୍ଜୁ କୁମାରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post