ହସ୍ତତନ୍ତ, ବୟନଶିଳ୍ପ ଓ ହସୃଶିଳ୍ପ ମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଓ ବିଭାଗୀୟ ସମୀକ୍ଷା ବୈଠକ ସହ କ୍ଷେତ୍ର ପରିଦର୍ଶନ

0

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଏକଦିବସୀୟ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟାଳୟରେ ସମସ୍ତ ବିଭାଗୀୟ ଉନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ |ଜିଲ୍ଲାରେ ବୁଣାକାର ମାନଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେଉଥିବା ମଙ୍ଗା ଗର୍ଭ କଂକ୍ରିଟ କାରଣ, ବରିଷ୍ଠ ବୁଣାକାର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା, କର୍ମଶାଳା ନିର୍ମାଣ, ଫ୍ରେମ ତନୁ ,ଗର୍ଭ ତନ୍ତ୍ର ବଣ୍ଟନ, ବାନ୍ଧଶିଳ୍ପୀ ପାଇଁ ରଙ୍ଗେଈସାମଗ୍ରୀ ବଣ୍ଟନ, ଉନ୍ନତ ମାନର ତନୁ ଉପକରଣ ବଣ୍ଟନ, ଅନ୍ୟପ୍ରଦେଶର ବୟନ ପୁଞ୍ଜ ପରିଦର୍ଶନ, ପ୍ରାରମ୍ଭିକ ବୁଣା, ବନ୍ଧ ଓ ରଙ୍ଗ ତାଲିମ ପ୍ରଦାନ ଉନ୍ନତ ଲୁଗା ଉତ୍ପାଦନ ସହିତ ବଜାର ଆବଶ୍ୟକତା ଲକ୍ଷର ଗୁଣାତ୍ମକ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ଓ ଶୀର୍ଷ ସମିତିକୁ ଲୁଗା ଯୋଗାଣରେ ବ୍ୟବସାୟ ବୃଦ୍ଧି ଆଦି ଉପରେ ଗୁରୁତ୍ବାରୋପ୍ କରିଥିଲେ |ମହିଳା ହସ୍ତ ତନ୍ତ ବୁଣାକାର କିପରି ଅଧିକରୁ ଅଧିକ ସରକାରୀ ସୁବିଧା ପାଇପାରିବେ ସେ ଦିଗରେ କାମ କରିବାକୁ କ୍ଷେତ୍ର କର୍ମଚାରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ବଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଋଣ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଅପରାହ୍ନରେ କ୍ଷେତ୍ରପରିଦର୍ଶନରେ ଯାଇ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପିପିଲିପାଲି ଗାଁ ରେ ଥିବା ପରମେଶ୍ବରୀ ତନ୍ତୁବାୟ ସହଯୋଗ ସମିତି ଲି ଠାରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ ବୁଣାକାର ମାନଙ୍କୁ ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ । ତତସହିତ ସମିତିର ସୁତା ଓ ରଙ୍ଗେଈ ର ବିଭିନ୍ନ ଆନୁସଙ୍ଗିକ ପଦ୍ଧତି ଗୁଡିକ ବୁଲି ପ୍ରସଂଶା ମଧ୍ୟ କରିଥିଲେ । ଏହା ପରେ ୩୪ ଜଣ ବୁଣାକାର ହିତାଧ୍ୟାକାରୀଙ୍କୁ ହସ୍ବତନ୍ତ୍ର ସରଞ୍ଜାମ ବଣ୍ଟନ କରି ଲୁଗା ବୁଣାରେ ଉତ୍ତମମାନ ବଜାୟ ରଖୁବାପାଇଁ ପରାମର୍ଶଦେଇଥିଲେ ।ଉକ୍ତ ସମୀକ୍ଷା ବୈଠକ ଏବଂ କ୍ଷେତ୍ର ପରିଦର୍ଶନରେ ବୟନିକା ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମେହେର, ବୟନ ଶିଳ୍ପ ଯୁଗ୍ମ ନିର୍ଦ୍ଦେଶକ(ପଶ୍ଚିମାଞ୍ଚଳ) ବରଗଡ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଗନ୍ନାୟତ, ଭାରାପ୍ରାପ୍ତ ବୟନ ଶିଳ୍ପ ଉପନିର୍ଦ୍ଦେଶକ ସୋନପୁର ଶ୍ରୀ ବିନାୟକ ପୃଷ୍ଟି ବୟନ ପର୍ଯ୍ୟବେକ୍ଷକ ଶ୍ରୀ ଧ୍ରୁବରାଜ ମେହେର ଙ୍କ ସହିତ ଅନ୍ୟ ସମସ୍ତ କ୍ଷେତ୍ର କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.