ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଜଗତସିଂହପୁର ଆନୁକୂଲ୍ୟରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ କହିଲେ ପ୍ରତିମାସ ୧୫ ତାରିଖରେ ଜିଲ୍ଲାସ୍ତରୀୟ କମିଟି ବୈଠକରେ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ କମ ହୋଇପାରିବ ସେଥିପ୍ରତି ସମସ୍ତ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ଆଲୋଚନା କୁହାଯାଇଛି l ବୈଠକରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ବୀପ ଶ୍ରୀ ଲଘ୍ନଜିତ ରାଉତ ପ୍ରତିଦିନ ହେଲମେଟ ଚେକିଂ ଓ ଛୋଟପିଲାଙ୍କ ଦ୍ୱାରା ଗାଡି ଚାଳନା ନ ହୁଏ ସେଥିପ୍ରତି ପୋଲିସ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ l ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ଚନ୍ଦ୍ର ମହାନ୍ତି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ l ଗତ ଜାନୁଆରୀ ରୁ ଜୁନ ମାସ ଯାଏ ୧୨୪ ଟି ଦୁର୍ଘଟଣା ଘଟିଥିବା ମଧ୍ୟରେ ୪୮ ଜଣକ ମୃତ୍ୟୁ ହୋଇଛି ଓ ୬୪ ଜଣ ଗୁରୁତ୍ୱର ଆଘାତ ହୋଇଛନ୍ତି l ବ୍ଲାକ୍ସପଟ ଅଞ୍ଚଳରେ ଲାଇଟ ବ୍ୟବସ୍ଥା ସହ କଡ଼ରେ ଥିବା ବୃକ୍ଷରେ ପେଣ୍ଟିଙ୍ଗ ସହିତ ରିଫଲେକ୍ଟିଭ ଷ୍ଟିକର ଲଗାଇବା, ଭୁତ ମୁଣ୍ଡେଇରୁ ପାରାଦ୍ବୀପ ମଧ୍ୟରେ ଅବୈଧ ଗାଡି ପାର୍କିଂ ହଟାଇବା, ଟ୍ରକ ଟରମିନାଲ ନିମନ୍ତେ ଜମି ଆହରଣ ସପିଂ କମ୍ପ୍ଲେସ ଆଗରେ ଗାଡି ପାର୍କିଂ ହଟାଇବା, ଓଭର ଟେକିଂ ଗାଡିଚାଳନା, ଗ୍ରାହକ ପ୍ରଶିକ୍ଷଣ ସଂପର୍କରେ ପୂଖାନୂପୁଖ ଆଲୋଚନା ହୋଇଥିଲା l ଶ୍ରୀ ସଂଗ୍ରାମ କିଶୋର ପଟ୍ଟନାୟକ, ଜିତେନ୍ଦ୍ର ସାହୁ ଏବଂ ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କୁ ଦୁର୍ଘଟଣା ଘଟିବାର ଏକଘଣ୍ଟା ମଧ୍ୟରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରିଥିବାରୁ ସେମାନଙ୍କୁ ଗୁଡ଼ ସମାରିଟନ ପୁରସ୍କାର ସ୍ୱରୂପ ୨,୦୦୦ ଟଙ୍କାର ଚେକ ସହ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ବୈଠକରେ ଜିଲ୍ଲାପରିଷଦ ମୁଖ୍ୟ ବିକାଶ ଅଧିକାରୀ ଡାକ୍ତର ରୁଦ୍ରନାରାୟଣ ଦାଶ, ଗ୍ରାମୀୟ ଉନ୍ନୟନ ଏନ.ଏଚ.ଆଇ ବିଭାଗ ଯନ୍ତ୍ରୀ, ପରିଭହନ ବିଭାଗର କର୍ମକର୍ତ୍ତା, ସଡ଼କ ସୁରକ୍ଷା କମିଟି ସଦସ୍ୟ, ବସ,ଟ୍ରକ, ଓଡ଼ର ଆସୋସିଏସନ କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଗ୍ରହଣ କରିଥିଲେ l

Leave A Reply

Your email address will not be published.