ସତୀଭଟା ରେ ପ୍ରାଥମିକ କୃଷି ସମବାୟ କାର୍ଯ୍ୟାଳୟ ଉଦ୍ଘାଟନ କଲେ ବିଧାୟିକା ବର୍ଷା ସିଂ ବରିହା l

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଚାଷ ଓ ଚାଷୀର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ଚାଷୀଙ୍କୁ କେମିତି ତାଙ୍କର ଘର ପାଖରେ ସବୁ ପ୍ରକାର ସୁବିଧା ସୁଯୋଗ ମିଳିବ ସେଥିପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହିକ୍ରମରେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପୁରେନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସତୀଭଟାରେ ଚାଷୀ ଭାଇ ମାନଙ୍କ ସୁବିଧା ପାଇଁ ଆଜି ନୂତନ ଭାବରେ ପ୍ରାଥମିକ କୃଷି ସମବାୟ ସମିତି ଅଫିସର ଶୁଭାରମ୍ଭ ହୋଇଛି l ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ଓ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ସଦାକର କୁମ୍ଭାର ଯୋଗଦେଇ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି l ଏହି କାର୍ଯ୍ୟାଳୟ ଖୋଲା ହେବା ଦ୍ୱାରା ଏହି ଅଞ୍ଚଳର ଚାଷୀ ଭାଇ ମନେ ନିଶ୍ଚିତ ଭାବରେ ଲାଭବାନ ହେବେ ବୋଲି ବିଧାୟିକା ଶ୍ରୀମତୀ ବରିହା ନିଜ ବକ୍ତବ୍ୟରେ କହିଥିଲେ l
ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ତଥା ଶତାଧିକ ଚାଷୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.