ବାସୁଦେବପୁର – ଭଦ୍ରକ ଜିଲ୍ଲାର ବିଜେଡ଼ି ର ସଂଗଠନ ରେ କିଛି ପଦବୀ ରେ ନୂତନ ନିଯୁକ୍ତି ଘୋଷଣା ହୋଇ ଥିବାର ସୂଚନା ମିଳିଛି। ଏହୀ କ୍ରମ ରେ ବାସୁଦେବପୁର ରେ ଜଣେ ଦକ୍ଷ ସଂଗଠକ ତଥା ପୂର୍ବତନ ସରପଂଚ ପ୍ରଫୁଲ୍ଲ ବିଶ୍ଵାଳ ଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ପଦବୀ ରେ ନିଯୁକ୍ତି ଦିଆ ଯାଇଛି। ପ୍ରଫୁଲ୍ଲ ବିଶ୍ଵାଳ ଇରମ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଂଚ ଅଟନ୍ତି। ସ୍ବର୍ଗତ ବିଜୟ ଶ୍ରୀ ରାଉତ ରାୟ ଙ୍କ ସମୟ ରୁ ସେ ବିଜୁ ଜନତା ଦଳ ର ଜଣେ ଦକ୍ଷ ସଂଗଠକ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ଉପରେ ଭରସା କରି ଦଳ ପକ୍ଷରୁ ଦାୟିତ୍ଵ ଦିଆ ଯାଇ ଥିବାରୁ ସେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ଜିଲ୍ଲା ସଭାପତି ଓ ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କୁ ଧନ୍ୟବାଦ୍ ଦେଇଛନ୍ତି। ଗଣ ମାଧ୍ୟମ ରେ ଏକ ସାକ୍ଷାତ କାର ଦେଇ ସେ ସଂଗଠନ କୁ ଆଗକୁ ନେବା ପାଇଁ ସମସ୍ତ ଙ୍କ ସହ ମିଶି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ କାମ ଜାରି ରଖିବେ ବୋଲି କହିଛନ୍ତି। ସେହିପରି ଜଗନ୍ନାଥ ଗ୍ରାମ ପ୍ରସାଦ ର ଜଣେ ଦକ୍ଷ ସଂଗଠକ ଭାଗିରଥି ବଳ ଙ୍କୁ ମଧ୍ୟ ଜିଲ୍ଲା ସମ୍ପାଦକ ଭାବରେ ଘୋଷଣା କରାଯାଇଛି। ଶ୍ରୀଯୁକ୍ତ ଭାଗିରଥି ବଳ ମଧ୍ୟ ଜଣେ ଦକ୍ଷ ସଂଗଠକ ଭାବରେ ବିଜୁ ଜନତା ଦଳ ରେ ଅନେକ ଦିନ ରୁ କାର୍ଯ୍ୟ କରି ଆସୁଛନ୍ତି। ଜଣେ ଦକ୍ଷ ସଂଗଠକ ହିସାବ ରେ ସେ ବହୁ ପ୍ରଂଶସା ର ହକଦାର ହୋଇଛନ୍ତି। ତାଙ୍କ ସହଧର୍ମିଣୀ ମଧ୍ୟ ପୂର୍ବରୁ ଜିଲ୍ଲା ପରିଷଦ ଭାବ ରେ ନିର୍ବାଚିତ ହୋଇଛନ୍ତି। ଆଗାମୀ ଦିନରେ ସଂଗଠନ କୁ ଆଗକୁ ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତ କୁ ଆହୁରି ମଜବୁତ୍ କରିବୁ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ବିଶ୍ଵାଳ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.