ସୋନପୁର ସହର ସ୍ଥିତି ର ପରିଦର୍ଶନ କଲେ ଜିଲ୍ଲାପାଳ

0

ସହରର ଡ୍ରେନେଜ ବ୍ୟବସ୍ଥାକୁ ଅତିଶୀଘ୍ର ବ୍ୟବସ୍ଥିତ କରିବାକୁ ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦେଶ 

ସୁବର୍ଣ୍ଣପୁର,(ପ୍ରକାଶ କୁମାର ହାତୀ): ଆଗାମୀ ବର୍ଷା କୁ ଦୃଷ୍ଟିରେ ରଖି ଆଜି ସକାଳେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ସୋନପୁର ସହର ର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସହର ର ଡ୍ରେନେଜ,ପରିମଳ ତଥା ପିଇବା ପାଣି ବ୍ୟବସ୍ଥା ସ୍ଥିତିର ସରଜମିନ ସମୀକ୍ଷା କରିଛନ୍ତି l ଆଜି ସକାଳେ ଜିଲ୍ଲାପାଳ ଶ୍ରୀ ରାୟ ସହରର ବିଜୁପଟ୍ଟନାୟକ ଛକ ଠାରୁ ବଡବଜାର ଦେଇ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତା, ଟିକିରି ପଡ଼ା,ତରିଆ ପଡ଼ା ରାସ୍ତାର ଡ୍ରେନେଜ ବ୍ୟବସ୍ଥା, ଆମ୍ବେଦକର ଛକ ଠାରୁ ବ୍ଲକ ଛକ ମଧ୍ୟରେ ଡ୍ରେନେଜ ବ୍ୟବସ୍ଥା ସହିତ ସହରରୁ ଡ୍ରେନ ପାଣି ନିର୍ଗମଣ ନିମନ୍ତେ ରହିଥିବା ମୁଖ୍ୟଡ୍ରେନ ସ୍ଥିତିର ନିରୀକ୍ଷଣ କରିଛନ୍ତି l ଜନସାଧାରଣ ଙ୍କୁ ଏକ ସୁସ୍ଥ ଓ ସ୍ୱାସ୍ଥ୍ୟକର ପରିବେଶ ପ୍ରଦାନ କରିବାକୁ କହିବା ସହ ପରିଦର୍ଶନ ସମୟରେ ଉପସ୍ଥିତ ରହିଥିବା ପୌରପରିଷଦ ନିର୍ବାହୀ ଅଧିକାରୀ ସୋନପୁର ଙ୍କୁ ଆବଶ୍ୟକୀୟ ଡ୍ରେନେଜ ବ୍ୟବସ୍ଥାର ସୁଧାର ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି l ବିଭିନ୍ନ ୱାର୍ଡ ବୁଲିବା ସମୟରେ ଜିଲ୍ଲାପାଳ ଶ୍ରୀ ରାୟ ସ୍ଥାନୀୟ ଅଧିବାସୀଙ୍କ ସହ ଡ୍ରେନେଜ ବ୍ୟବସ୍ଥା ସହ ପରିମଳ ଓ ପିଇବା ପାଣି ସମ୍ପର୍କରେ ମଧ୍ୟ ପଚାରି ବୁଝିଛନ୍ତି lଜିଲ୍ଲାପାଳ ଙ୍କ ଏହି ପରିଦର୍ଶନ ସମୟରେ ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ, ପୌର ପରିଷଦ ନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ, ଙ୍କ ସହ ପୌର ପରିଷଦ ର ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.