ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନ ସଭା ନିର୍ବାଚନର ପ୍ରସ୍ତୁତି ସ୍ବରୂପ ଆଜି ରାଜବୋଡାସମ୍ବର ବ୍ଲକର ସମ୍ମିଳନୀ ଗୃହରେ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କର ଏକ ପ୍ରାକ୍ ପରିମାର୍ଜନ ସର୍ବେକ୍ଷଣ ପାଇଁ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ପଦ୍ମପୁର ଉପ-ଜିଲ୍ଲାପାଳ ସଦାକର କୁମ୍ଭାର ଯୋଗଦେଇ ସମସ୍ତ ବିଏଲଓ ମାନଙ୍କୁ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ଉତ୍ସାହିତ କରିଥିଲେ । ଗଣତନ୍ତ୍ରରେ ପ୍ରତିଟି ‘ଭୋଟ୍’ ର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀକୁମ୍ଭାର ବୁଥ୍ ସ୍ତରରୁ ଯେପରି ନିର୍ଭୁଲ ଭାବରେ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ପାରିବ ସେଥିପାଇଁ ବିଶେଷ ଭାବରେ ଧ୍ୟାନ ଦେଇ ଦାୟିତ୍ଵ ନିର୍ବାହ କରିବାକୁ ସମସ୍ତ ବିଏଲଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵନାଥ ସାହୁ ଏହି ପ୍ରାକ୍ ପରିମାର୍ଜନ ସର୍ବେକ୍ଷଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସହକାରୀ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ନାୟକ ଯୋଗଦେଇ ଏହି ସର୍ବେକ୍ଷଣର ଗୁରୁତ୍ବ ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ତୁଷାର ବେହେରା ପାୱାର୍ ପଏଣ୍ଟ ମାଧ୍ୟମରେ ଏହି ସର୍ବେକ୍ଷଣ ପ୍ରକ୍ରିୟା ବିଷୟରେ ସବିଶେଷ ଆଲୋଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post