ରଶି ଯୁବକଙ୍କ ଲଗାଇ ଆତ୍ମହତ୍ୟା ।

0

ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ କୁଅଁରପୂର ରାମରେ ଘଟିଛି ଏକ ଅଘଟଣ । ଉକ୍ତ ଗ୍ରାମର ଦୀପକ କୁମାର କାନୁନଗୋ( ୪୭)କୌଣସି କାରଣ କୁ ନେଇ ଶୁକ୍ରବାର ଦିନ ନ ଘଟିକା ସମୟରେ ତାଙ୍କ ସହଧର୍ମିଣୀ ସୁନୀତାଙ୍କ ପିନ୍ଧା ଲୁଗାରେ ରସି ଲଗାଇ ଆତ୍ମ ହତ୍ୟା କରିଥିବା ଦେଖିବାକୁ ମିଳି ଅଛି।
ପ୍ରକାଶ ଥାଉ କି,ସୁନୀତା ମହାନ୍ତି , ଅଙ୍ଗନୱାଡ଼ି ହେଲପର ଥିବା ବେଳେ,ମୃତ ଦୀପକ ତାଙ୍କ ନିଜ ଗ୍ରାମ୍ୟ ଛକ ନିକଟରେ ଏକ ପାନ ଓ ଷ୍ଟେସ ନାରୀ ଦୋକାନ କରି ଚଳୁଥିଲେ । କିନ୍ତୁ,ଦୀପକଙ୍କ ସ୍ତ୍ରୀ ସୁନୀତା ତାଙ୍କ ବାପାଙ୍କ ଘର ଜିଓଳରେ ଝିଅକୁ ଧରି ରହୁଥିବା ବେଳେ,ବାପ ଓ ପୁଅ ଗ୍ରାମ ଘରେ ରହୁଥିଲେ । ଗୁରୁବାର ଦିନ ଦୀପକ ତାଙ୍କ ପରିବାର ନେଇ,କୋଣାର୍କ ଏକ ଭୋଜି ଭାତ ରେ ଯୋଗ ଦେଇ ଫେରି ଆସିବା ପରେ ଜିଓଳ ରେ ତାଙ୍କ ସ୍ତ୍ରୀ ଓ ଝିଅକୁ ଛାଡ଼ି ଦେଇ ବାପପୁଅ ଘରକୁ ଆସିଥିଲେ । ହେଲେ,ଶୁକ୍ରବାର ସକାଳେ ଦୀପକ ନିତ୍ୟକର୍ମ ସାରି,ତାଙ୍କ ଗ୍ରାମର ଶିବ ମନ୍ଦିର ଯାଇ ପୂଜା ପୂଜି କରି ତାର ଦୋକାନ ଝାଡୁଦେଇ ସକାଳ ୯ଘଟିକା ଠାରେ ଘରକୁ ଯାଇ ଥିଲା ବେଳେ, ତାଙ୍କ ସହଧର୍ମିଣୀ ସୁନୀତା ମଧ୍ୟ ଘରେ ମୁହଁ ମାରି ଅଙ୍ଗନ ୱାଡ଼ି କେନ୍ଦ୍ରକୁ ଯାଇଥିଲେ । କଣ ଘଟିଲା କେଜାଣି । କେହି ନ ଥିବାର ସୁଯୋଗ ନେଇ, ଦୀପକ ଚେୟାର ଆଣି ତା ଉପରେ ଛିଡ଼ାହୋଇ ,ପଙ୍ଖା ହୁକରେ ଲୁଗାକୁ ଗଳାଇ ବେକରେ ବାନ୍ଧି ରଶିଲଗାଇ ଥିବାର କେହି ଦେଖି,ଗ୍ରାମରେ ଖବର ଦେବା ପରେ ,ଲୋକ ମାନେ ଜମାହୋଇ ,ତାଙ୍କର ପୁଅ,ଝିଅ ଓ ସହ ଧର୍ମିଣି ଙ୍କୁ ଖବର୍ ଦେବା ଓ ସେମାନେ ପହଞ୍ଚିବା ପରେ, ଏକ ଶୋକାକୁଳ ପରିବେଶ ସୃଷ୍ଠି ହୋଇଥିଲା । ଅସ୍ତରଙ୍ଗ ପୋଲିଶି, ତାର ବଡ ଭାଇ ପ୍ରଦୀପ୍ତ କାନୁନଗୋ ଙ୍କ ଠାରୁ ଲିଖିତ ଅଭିଯୋଗ ପାଇଲା ପରେ,କେସ ନମ୍ବର୮/୨୩ରେ ଏକ ଅପମୃତ୍ୟୁ ମାମଲା ରୁ୍ଜୁ କରି ଶବ ବ୍ୟବଛେଦ ନିମନ୍ତେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ,ତଦନ୍ତ ଜାରିରଖିଛି ।

Leave A Reply

Your email address will not be published.