ଅଶୋକଂକୁ ବାଧୁଛି କାହିଁକି, ସାମ୍ବାଦିକଙ୍କୁ  ବିଜେପି  ନେତାଙ୍କ  ନାଲିଆଖି

0

 ଘୁ ଉଦୟଗିରି/ଗଗନ କୁମାର ପ୍ରଧାନ  : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି  ଠାରେ  ବିଜେପି ପକ୍ଷରୁ  ସ୍ଵଛ  ଭାରତ  କାର୍ଯ୍ୟକ୍ରମ  କରାଯାଇଛି .ଏହି  କାର୍ଯ୍ୟକ୍ରମ  ରେ  କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇଥିଲେ .ମାନ୍ୟବର କେନ୍ଦ୍ରମନ୍ତ୍ରୀ  କମୁନିଟି  ହେଲଥ ସେଣ୍ଟର  ମେନ ଗେଟ  ଠାରେ ସ୍ଵଛ ଭାରତ କାର୍ଯ୍ୟକ୍ରମ ଡେମୋ କରି ଯାଇଥିଲେ  |.ଏହି  ପରିପ୍ରେକ୍ଷୀରେ  କେନ୍ଦ୍ରମନ୍ତ୍ରୀଙ୍କ  ସହ  ବରିଷ୍ଠ  ବିଜେପି ନେତା ଅଶୋକ  ସାହୁ ,ସୁକାନ୍ତ ପାଣିଗ୍ରାହୀ ଓ  ଅନ୍ୟ  କର୍ମକର୍ତା  ଉପସ୍ଥିତ ଥିଲେ |. ଏହି  ସମୟରେ  ସାମ୍ବାଦିକମାନେ ସମ୍ପ୍ରତି ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣ ବିଷୟରେ  କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବା ସହ ଆଦୀବାସିଙ୍କ ବିକାଶ  ପାଇଁ  କେନ୍ଦ୍ର  ସରକାର  କରିଥିବା ପ୍ରୋଗ୍ରାମ ସମ୍ପର୍କରେ  ପଚାରିଥିଲେ |  ଏହି  ସମୟରେ ବରିଷ୍ଠ  ବିଜେପି  ନେତା ଅଶୋକ ସାହୁ  ସାମ୍ବାଦିକଙ୍କୁ  ବେଶୀ  ପଚାରିଛ  ବୋଲି କହି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ.ଯାହାକୁ  ନେଇ ସାମ୍ବାଦିକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି | ସୂଚନାଯୋଗ୍ୟ ଯେ ବର୍ତମାନ କନ୍ଧମାଳ  ରାଜନୀତି ସରଗରମ  ହୋଇଛି | ଯାହାକୁ  ନେଇ ଏମପି ଟିକେଟ ଆଶାୟୀ ଥିବା ସୁକାନ୍ତ  ପାଣିଗ୍ରାହୀ ଏବଂ ଏମପି କ୍ୟାଣ୍ଡିଡେଟ ହୋଇ  ଅମାନତ  ହରାଇଥିବା ବରିଷ୍ଠ ବିଜେପି ନେତା  ଅଶୋକ  ସାହୁ  ମଧ୍ୟ  ୨୦୧୯  ପାଇଁ  ପୁଣି  ଏମପି   ଟିକେଟ ହାତେଇବାକୁ କେନ୍ଦ୍ର ମନ୍ତ୍ରୀଙ୍କ  ପାଖେପାଖେ  ରହି  ଇମ୍ପ୍ରେସନ  ଜମାଇବାକୁ ଉଦ୍ୟମ କରୁଛନ୍ତି ବୋଲି ଚର୍ଚା ହେଉଛି | ଠିକ କଥା….ନେତାଙ୍କୁ ଇମ୍ପ୍ରେସ କରିବା ପାଇଁ ଯାହା କଲ କଲ, ହେଲେ ସାମ୍ବାଦିକଙ୍କ ପଚାରିବାର ଅଧିକାରରେ କସ୍ତକ୍ଷେପ କରି କାହିଁକି ମାମଲତି କଲା |  ପ୍ରଶ୍ନ ଉଠୁଛି ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ଅଶୋକ ବାବୁଙ୍କୁ କାହିଁକି କଷ୍ଟ ହେଉଛି ଓ ସେ କାହିଁକି ଏତେ ମାମଲତି କରୁଛନ୍ତି ତାହା ଏବେ ପ୍ରଶ୍ନବାଚି | ସୂଚନାଯୋଗ୍ୟ ଯେ   ବିଜେପି ଏହି ବରିଷ୍ଠନେତା  କନ୍ଧମାଳ  ଦଙ୍ଗାରେ  ବିଵାଦୀୟ  ମନ୍ତବ୍ୟ  ଦେଇ  ଇଲେକ୍ସନରେ  ଅମାନତ  ହରାଇ  ଥିବାବେଳେ  ଶାନ୍ତିଭଙ୍ଗ  ଭାଇଚାରା ଭାଙ୍ଗିବା  ମାମଲାରେ  ଘୁ.ଉଦୟଗିରି ଜେଲ ମଧ୍ୟ  ଯାଇଥିଲେ |

  ଘଟଣା ସମ୍ପର୍କରେ  ସ୍ଥାନୀୟ ବିଧାୟକ ଜାକବ ପ୍ରଧାନଙ୍କ ମତାମତ ନେବାରୁ ସେ କହିଥିଲେ.ଆଦିବାସୀଙ୍କ  ବିକାଶର ଡିଣ୍ଡିମ ପିଟୁଥିବା କେନ୍ଦ୍ର ସରକାର  ଏବଂ  ରାଜ୍ୟ ସରକାର  କେବଳ ନାଟକ  କରୁଛନ୍ତି |ବର୍ତମାନର  କେନ୍ଦ୍ରସରକାର  ବିଜେପି  ସରକାର  ଆଦିବାସୀ ବିରୋଧୀ ସରକାର | ଯାହାର  ଉଦାହରଣ  କନ୍ଧମାଳବାସୀ ଦେଖି  ଆସୁଛନ୍ତି ଘୁ.ଉଦୟଗିରି  ନିର୍ବାଚନମଣ୍ଡଳୀ ବାସୀ ଗତଦିନରେ  ବିଜେପି  ସରସକାରକୁ  ଜବାବ  ଦେଇଛନ୍ତି  ଏବଂ ଆଗାମୀ ଦିନରେ  ଜବାବ  ଦେବେ ବୋଲି ଏମଏଲଏ  ଶ୍ରୀ ପ୍ରଧାନ କହିଛନ୍ତି | 

ଗତଦିନ ମାନଙ୍କରେ ବିଜେପି ନେତା ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇ କନ୍ଧମାଳର ଭାଇଚାରା ଭାଙ୍ଗିଥିବା  କନ୍ଧମାଲବାସୀ  ଦେଖିଛନ୍ତି ଏବଂ ଜବାବ  ଦେଇଛନ୍ତି | ଏହାପାଇଁ  ବିଜେପି ନେତା ଅଶୋକ ସାହୁ ଜି .ଉଦୟଗିରି ଜିଲା ମଧ୍ୟ ଯାଇଥିଲେ ବୋଲି କଂଗ୍ରେସ ବ୍ଲକ ପ୍ରେସିଡେଣ୍ଟ ତାରଜନ ସାହୁ  ପ୍ରତିକ୍ରିୟା ଦେଇଛନ୍ତି |

Leave A Reply

Your email address will not be published.