ମିଶନ ଶକ୍ତି ଗୋଷ୍ଠୀ ଓ ପୌରସଂସ୍ଥା ଅଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବିଷୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ l

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :– ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଗୋଷ୍ଠୀ ଓ ପୌରସଂସ୍ଥା ଅଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ(ମୁକ୍ତା ) ବିଷୟରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ଶ୍ରୀମତୀ ସାବିତ୍ରୀ ବାଗ, ଉପାଧକ୍ଷା ଶ୍ରୀମତୀ ଭାରତୀ ପଟ୍ଟନାୟକ , ସି ଡି ପି ଓ ମିନାକ୍ଷୀ ରାଜ, ଏନ୍. ଏ. ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଇଥିଲେ lରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଓଡ଼ିଶାରେ ପ୍ରଥମେ ୨୦ ଫେବୃଆରୀ ୨୦୨୧ ମସିହା ରେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ରେ ଘୋଷଣା କରିଥିଲା। ୧୭ ନଭେମ୍ବର ୨୦୨୨ ମସିହା ରେ ଏହାର ପୂର୍ଣ୍ଣାଙ୍ଗ ସଂଶୋଧିତ ମାର୍ଗଦର୍ଶିକା ଜାରି କରାଯାଇଥିବା ମୁକ୍ତା ଯୋଜନାକୁ କିଭଳି ସଫଳ ରୂପାୟନ କରିବା ଏବଂ ଏହାର ଦକ୍ଷତା ବିକାଶ କରିବା ଦିଗରେ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନ୍ସିଲର , ମିଶନ ଶକ୍ତି ଗୋଷ୍ଠୀ ଓ ପୌର ସଂସ୍ଥା ଅଧିକାରୀ ମାନଙ୍କୁ ତାଲିମ ଦେବା ତଥା ଦକ୍ଷତା ବିକାଶ କରାଇବା ନିମନ୍ତେ କୋଡ଼ିନେଟର ଆସି ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଏମ୍.ଇ ଶ୍ରୀ ଗୋପାଳ ଚନ୍ଦ୍ର ଲେଙ୍କା ପରିଚାଳନା କରି ଥିବା ବେଳେ ବହୁ ସଂଖ୍ୟାରେ ମିଶନ୍ ଶକ୍ତି ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ l

Leave A Reply

Your email address will not be published.