ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ

0

ଶ୍ରାବଣ କୃଷ୍ଣ ଏକାଦଶୀ ତିଥିରେ ପରମ୍ପରା ଅନୁଯାୟୀ ଚକ୍ରବୁଲା ଏକାଦଶୀ ନୀତି ପାଳିତ ହୋଇଥାଏ। ଏହି ଦିନ ମଧ୍ୟାହ୍ନ ଧୂପ ସରି ମଇଲମ ଓ ଶାଢ଼ୀ ଖଣ୍ଡୁଆ ଲାଗି ହୋଇ ଝଡ଼ା ଆଳତି ବଢିବା ପରେ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥାଏ। ଏହାପରେ ଶ୍ରୀମଦନମୋହନ ବେଶ ହୋଇ ଆଜ୍ଞା ମାଳ ପାଇ ଏକାଦଶୀ ବେଢ଼ା କୁ ବିଜେ କରିଥାନ୍ତି।
ଏତଦବ୍ୟତୀତ ସୁନା ବେଶ ରେ ମହାପ୍ରଭୁ ଧାରଣ କରୁଥିବା ସୁବର୍ଣ୍ଣ ସୁଦର୍ଶନ ଚକ୍ର ଓ ଦକ୍ଷିଣୀ ଘରୁ ଏକ ମୂର୍ତ୍ତୀ ଶାଳଗ୍ରାମ ଆଜ୍ଞାମାଳ ପାଇ ବିମାନକୁ ବିଜେ କରନ୍ତି। ଉକ୍ତ ବିମାନକୁ ବିମାନବଡୁ ସେବାୟତ ସ୍କନ୍ଧରେ ବହନ କରି ସିଂହଦ୍ୱାର ଦେଇ ଶ୍ରୀନଅର ନିକଟକୁ ଆସିଥାନ୍ତି। ସେଠାରେ ପନ୍ତିଭୋଗ ହେବାପରେ ଶ୍ରୀକ୍ଷେତ୍ରର ପ୍ରାଚୀନ ଚାରି ଆଶ୍ରମ ଯଥା ମାର୍କଣ୍ଡେୟ , ଅଙ୍ଗିରା , ଭୃଗୁ , କଣ୍ଡୁ ଆଶ୍ରମକୁ ବିଜେ କରିଥାନ୍ତି। ପ୍ରତି ଆଶ୍ରମ ରେ ଶୀତଳ ଭୋଗ , ବନ୍ଦାପନା ହୋଇ ନଗର ପରିକ୍ରମା ପରେ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଶ୍ରୀମନ୍ଦିର କୁ ବାହୁଡ଼ା ବିଜେ କରିଥାନ୍ତି। ଏହାକୁ ଚକ୍ର ବୁଲା ଏକାଦଶୀ କୁହା ଯାଇଥାଏ।

Leave A Reply

Your email address will not be published.