ଜଗତସିଂହପୁର,ତା-୧୨.୦୭.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକର ୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୨ ରୁ ୩୧ ମାର୍ଚ୍ଚ ୨୦୨୩ ସମସ୍ତ ୩୦ ଟି ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଅର୍ଥ କମିଶନ ଅନୁଦାନ ଯୋଜନା ଅଧୀନରେ ସମ୍ପାଦିତ ପ୍ରକଳ୍ପଗୁଡିକର ସାମାଜିକ ସମୀକ୍ଷାର ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା l ବ୍ଲକ ସମ୍ମିଳନୀ କକ୍ଷରେ ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଜଗତସିଂହପୁର ରୁଦ୍ରନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମଣ୍ଡଳ ଉନ୍ନୟନ ଅଧିକାରୀ ସାଗର କୁମାର ନନ୍ଦ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଏଥିରେ ବ୍ଲକ ଉପାଧ୍ୟକ୍ଷ ରତିରଞ୍ଜନ ବେହେରା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅଜୟ କୁମାର ବେହେରା, ସହକାରୀ ଯନ୍ତ୍ରୀ ସୁଶାନ୍ତ ରାଉତ, ଜି.ପି.ଓ ସୁନୀଲ କୁମାର ରାଉତରାୟ, ବି.ଏସ.ଏସ.ଓ ରୂପରେଖା ସାହୁ, ଏ.ପି.ଓ ବିବେକାନନ୍ଦ କାନୁନଗୋ,ବି.ଏସ.ଏ ମିହିର କୁମାର ତ୍ରିପାଠୀଙ୍କ ସମେତ ବିଭିନ୍ନ ସରପଞ୍ଚ, ସମିତି ସଭ୍ୟ, ବ୍ଲକ କନିଷ୍ଠ ଯନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଗ୍ରାମୀୟ ସମ୍ବଳ ବ୍ୟକ୍ତି ଯୋଗଦେଇଥିଲେ l ଏଥିରେ ସାମାଜିକ ସମୀକ୍ଷା ନଜରକୁ ଆସିଥିବା ତ୍ରୁଟି ବିଚ୍ୟୁତି ସମ୍ଭଦ୍ଧରେ ଆଲୋଚନା କରାଯାଇ ଏହାର ତୁରନ୍ତ ସମାଧାନ ପାଇଁ ଅଧିକାରୀମାନେ ନିର୍ଦେଶ ଦେଇଥିଲେ l ବ୍ଲକ ସାମାଜିକ ସମୀକ୍ଷକ ମିହିର କୁମାର ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଅତିରିକ୍ତ ମଣ୍ଡଳ ଅଧିକାରୀ ଅଜୟ କୁମାର ବେହେରା ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ l
Sign in
Sign in
Recover your password.
A password will be e-mailed to you.