ପାଠାଗାର ଆନ୍ଦୋଳନର ପୁରୋଧା ଦାଶିଆ ଅଜାଙ୍କ ୧୧୬ତମ ଜୟନ୍ତୀ ପାଳିତ

0

ଭୁବନେଶ୍ୱର: ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ (ଦାଶିଆ ଅଜା)ଙ୍କ ଜୟନ୍ତୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରାନ୍ଥାଗାର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛିା ଏହି ଅବସରରେ ଏକ ପୁସ୍ତକ ପ୍ରଦର୍ଶନୀ ସହିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲାା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଯୋଗଦେଇ ଦାଶିଆ ଅଜାଙ୍କ ନିଷ୍ଠା ଓ ସାଧନା ଉପରେ ଗୁରୁତ୍ୱାରୋପ କରିଥିଲୋ ନୟାଗଡ଼ ଜିଲ୍ଲାର ଏକ ପାହାଡ଼ିଆ ଗାଁ ଉଦୟପୁରରେ ନିଜ ପ୍ରଚେଷ୍ଟାରେ ଏକ ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣାଗାର ପ୍ରତିଷ୍ଠା କରିଥିଲୋ ପ୍ରାଚୀନ ପୁସ୍ତକ, ପତ୍ରପତି୍ରକା, ତାଳପତ୍ର ପୋଥି, ପୁରାତନ ସଂସ୍କୃତିର ସ୍ମୃତି ବହନ କରୁଥିବା ସାମଗ୍ରୀ ସଂଗ୍ରହ କରି ସେ ଓଡ଼ିଶାର ଗୌରବାବହ ଐତିହ୍ୟ ବାବଦରେ ଉତ୍ତରପିଢ଼ିଙ୍କୁ ସଚେତନ କରିବା ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ ବୋଲି ଶ୍ରୀ ରାଉତରାଏ ଉଲ୍ଲେଖ କରିଥିଲୋ ସେହିଭଳି ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ଅତସୀ ଦାସ ସମ୍ମାନିତ ଅତିଥି ଏବଂ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଦାଶିଆ ଅଜାଙ୍କ ସାରସ୍ୱତ ସାଧନା ଉପରେ ବିଶଦ ଆଲୋଚନା କରିଥିଲୋ
ସୂଚନାଯୋଗ୍ୟ ଯେ ଦାଶିଆ ଅଜା ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରାଇପୁର ଗ୍ରାମରେ ଏକ ସାଧାରଣ ପରିବାରରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲୋ ମାତ୍ର ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ମଧ୍ୟ ବହି ପଢ଼ିବା ପ୍ରତି ତାଙ୍କର ଥିଲା ଅଶେଷ ଦୁର୍ବଳତାା ଏହି ନିଶା ଯୋଗୁଁ ସେ ଓଡ଼ିଶା ଯାତ୍ରା ଆରମ୍ଭ କରିଥିଲୋ ରାଜ୍ୟର ଗାଁଗଣ୍ଡା, ସହରବଜାର ବୁଲି ବୁଲି ଅନେକ ଅମୂଲ୍ୟ ଗ୍ରନ୍ଥ ସଂଗ୍ରହ କରିବା ସହ ପାଲଟି ଯାଇଥିଲେ ଜ୍ଞାନପିପାସୁା ତାଙ୍କ ସ୍ମୃତିକୁ ମନେପକାଇ ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ହରେକୃଷ୍ଣ ମହତାବ ରାଜ୍ୟ ଗ୍ରାନ୍ଥାଗାର ପକ୍ଷରୁ ଦାଶିଆ ଅଜାଙ୍କ ୧୧୬ତମ ଜୟନ୍ତୀ ପାଳନ କରାଯାଇଛିା
ଏହି କାର୍ଯ୍ୟକ୍ରମରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରାନ୍ଥାଗାରର ସମସ୍ତ କର୍ମଚାରୀ, ପାଠକପାଠିକା ପ୍ରମୁଖ ଯୋଗ ଦେଇଥିବାବେଳେ ଗ୍ରନ୍ଥାଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲୋ

Leave A Reply

Your email address will not be published.