ଝାରସୁଗୁଡ଼ା:ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଦକ୍ଷତା ବିକାଶ ପ୍ରତିଷ୍ଠାନ, ଭୁବନେଶ୍ୱର ଏକ ପ୍ରମୁଖ ତାଲିମ ପ୍ରତିଷ୍ଠାନର ସହଭାଗିତାରେ ଏକ ପ୍ରମୁଖ ଦକ୍ଷତା ବିକାଶ ପଦକ୍ଷେପ ଆରମ୍ଭ କରିଛି । ଏହି ପରିବର୍ତନଶୀଳ କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ଓଡ଼ିଶାର ଦୂରବର୍ତୀ ଗ୍ରାମାଂଚଳର ଯୁବକମାନଙ୍କୁ ତାଲିମ ଜରିଆରେ ଦକ୍ଷ କରାଇ ଭବିଷ୍ୟତ ପାଇଁ ନିଯୁକ୍ତି ପ୍ରୋତ୍ସାହନ ଯୋଗାଇବା ।
ଏହି କାର୍ଯ୍ୟକ୍ରମର ଉଦଘାଟନୀ ବ୍ୟାଚରେ ସୁନ୍ଦରଗଡ଼ ଜିଲ୍ଲାର ଜାମଖାନି, ଗିରିସୀମା, ଝରପଲମ ଓ ମେନ୍ଦ୍ରାଗ୍ରାମରୁ ୨୬ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନେ କ୍ରମାଗତ ୬ ମାସଧରି ଶିଳ୍ପ ବିଦ୍ୟୁତିକରଣ, ଗୁରୁତ୍ୱପୂର୍ଣ୍ଣ ମଡ୍ୟୁଲ ଯଥା ମୌଳିକ ଇଲେକ୍ଟ୍ରିକାଲ ଓ ଇଲେକଟ୍ରୋନିକ୍ସ, ଘରୋଇ ଓ ଶିଳ୍ପଓୟାରିଂ, ମୋଟର କଂଟ୍ରୋଲ, ଟ୍ରାନସଫର୍ମର, ଆର୍ଥିଂ, ଅଣ୍ଡରଗ୍ରାଉଣ୍ଡ କେବଲିଂ ଓ ଜଏଂଟ ପ୍ରଭୃତି ବିଭିନ୍ନ କୌଶଳଗତ ଦକ୍ଷତା ଆହରଣ କରିବେ ।
ତାଲିମ କାର୍ଯ୍ୟକ୍ରମ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବ ଓ ଅଂଶଗ୍ରହଣକାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ପରବର୍ତୀ କ୍ଷେତ୍ରରେ ବ୍ୟକ୍ତିଗତ ଅଭିବୃଦ୍ଧି ଓ ଅର୍ଥନୈତିକ ସମୃଦ୍ଧିରେ ସହାୟକ ହେବ । ଏହି ତାଲିମ ପାଇଁ ପୃଥକ ବ୍ୟାଚ ବ୍ୟବସ୍ଥା କରାଯାଇ ପ୍ରଶିକ୍ଷଣ ପରିସରକୁ ବିସ୍ତାର କରାଯିବା ଲକ୍ଷ୍ୟ ରହିଛି ।
ଏହି କାର୍ଯ୍ୟକ୍ରମ ସଂପର୍କରେ ଶ୍ରୀଭି. ଶ୍ରୀକାନ୍ତ, ସିଇଓ-ମାଇନ୍ସ, ବେଦାନ୍ତ ଆଲୁମିନିୟମ କହିଛନ୍ତି ଯେ ଏହିଦକ୍ଷତା ବିକାଶ ପଦକ୍ଷେପ ଆରମ୍ଭ କରି ଆମେ ଆନନ୍ଦିତ । ଏହାଦ୍ୱାରା ଓଡ଼ିଶାର ଯୁବକମାନେ ଆତ୍ମନିର୍ଭର ହେବା ସହ ନିଜକୁ ସଶକ୍ତ କରିପାରିବେ । ଭବିଷ୍ୟତ ପାଇଁ ସେମାନେ ନିଯୁକ୍ତି ସୁଯୋଗ ସହିତ ଆତ୍ମନିର୍ଭର ଜରିଆରେ ଅର୍ଥନୈତିକ ସମୃଦ୍ଧି ହାସଲ କରିପାରିବେ । ଏହାଦ୍ୱାରା ଆମ ଗୋଷ୍ଠୀର ବିକାଶ ହୋଇପାରିବ ।
ଏହି କାର୍ଯ୍ୟକ୍ରମରେ ତାଲିମ ନେଉଥିବା ଯୁବକମାନଙ୍କ ମଧ୍ୟରୁ ଅନ୍ୟତମ ଶ୍ରୀ ବରୁଣ କାନ୍ତ କହିଛନ୍ତି ଯେ ମୁଁ ବେଦାନ୍ତକୁ ଧନ୍ୟବାଦ ଦେବାକୁ ଚାହିଁବି ଯିଏକି ଆମ ଗ୍ରାମର ବେରୋଜଗାରୀ ଯୁବକମାନଙ୍କ ପାଇଁ ତାଲିମ ବ୍ୟବସ୍ଥା ଯୋଗାଇ ପାରିଛି । ମୁଁ ସଫଳତାର ସହ ୬ ମାସର ତାଲିମ ଗ୍ରହଣ କରିବି । ଏହାଦ୍ୱାରା ମୋପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଓ ମୋ ପରିବାର ଯତ୍ନ ପାଇଁ ସହାୟକ ହେବ ।
ବେଦାନ୍ତ ଆଲୁମିନିୟମର ମାଇନସ ବ୍ୟବସାୟ ଗୋଷ୍ଠୀର ବିକାଶରେ କାର୍ଯ୍ୟକରୁଛି । ଏହାଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ତୃଣମୂଳସ୍ତରୀୟ କ୍ରୀଡ଼ାର ଉନ୍ନତି ପାଇଁ କାର୍ଯ୍ୟକରୁଛି । ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ମହିଳା ଓ ଶିଶୁବିକାଶ ପାଇଁ ଆଧୁନିକ ଅଙ୍ଗନବାଡି ନନ୍ଦଘର ପରିଚାଳନା ଜରିଆରେ ସମାଜରେ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ରାଙ୍କ ଡାଓ ଜନ୍ସ ସସଟାନେିଲିଟି ଇଣ୍ଡେକ୍ସ ୨୦୨୨ରେ ୨ର୍ୟା ଙ୍କଧାରୀ ଓ ସ୍ଥାୟୀବିକାଶଅବଲମ୍ବନକାରୀସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାରପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟକରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟପୂରଣ କରୁଛି ।
Sign in
Sign in
Recover your password.
A password will be e-mailed to you.