ମନରେଗା କାମ କରି ପଇସା ନପାଇବାରୁ ପଞ୍ଚାୟତ ଅଫିସ୍ କୁ ତାଲା ପକାଇଲେ ମହିଳା ଓ ପୁରୁଷ ଶ୍ରମିକ

0

ଗାଇସିଲାଟ/ମନ ଡନସନା-ଗାଇସିଲେଟ ବ୍ଲକର ଡାଙ୍ଗବାହାଲ ପଞ୍ଚାୟତ ଡ଼ାଙ୍ଗବାହାଲ ଗ୍ରାମରେ ହେଇଥିବା ଆମ୍ବକଟା ମନରେଗାରେ ଅନେକ ଶ୍ରମିକ ମାନେ ମାଟି କାମ କରିଥଲେ l ହେଲେ ଆଜି ପଯ୍ୟନ୍ତ ତାଙ୍କର ପଇସା ପାଇନାହିଁ l ଓଡ଼ିଶା ସରକାର ଦାଦନ ରୋକିବା ପାଇଁ ଅନେକ ଗ୍ରାମରେ ମନରେଗା ରେ କାମ ଯୋଗାଇ ଆସୁଛନ୍ତି।ହେଲେ ଯେଉଁ ଶ୍ରମିକ ମାନେ କାମ ନକରି ତାଙ୍କର ପାସ ବହିରେ ପଇସା ଜମା ହଉଛି l ହେଲେ ପ୍ରକୁତ ଶ୍ରମିକ ମାନେ ବହୁତ ଦିନ ରୁ ଅଭିଯୋଗ କରି ଆସୁଥିଲେ ଶୁଦ୍ଧା କେହି ଶୁଣୁ ନାହାଁନ୍ତି l ଶେଷରେ ଶ୍ରମିକ ମାନେ ବାଧ୍ୟ ହୋଇ ପଞ୍ଚାୟତ ଅଫିସ କୁ ତାଲା ପକାଇଲେ ଜି ଆର୍ ଗାଁ ସାଥୀ କୁ ପଞ୍ଚାୟତ ରୁ ବଦଳି କରାଯାଉ ବୋଲି ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ରୋହିତ ସାହୁ ନାମକ ଶ୍ରମିକ ଜିଲ୍ଲାପାଳ ଙ୍କ ଜନଶୁଣାଣି ଅଭିଯୋଗ କରିଥିଲେ ମେସିନରେ କାମ କରି ଟଙ୍କା କୁ ଆତ୍ମସାତ୍ କରାଯାଉଛି ବୋଲି ଲେଖିଛନ୍ତି।

Leave A Reply

Your email address will not be published.