ଗ୍ରାମର ବିକାଶରେ ସାମିଲ ହେଲେ ଗ୍ରାମବାସୀ

0

୧୩ ପଞ୍ଚାୟତ ପାଇଁ ହେଲା ୧୦ କୋଟିର ବ୍ୟୟ ବରାଦ

ଓଡ଼ଗାଁ, ୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ ରବିବାର ଦିନ ଓଡ଼ଗାଁ ଗସ୍ତରେ ଆସି ନୟାଗଡ଼ ବିଧାନ ମଣ୍ଡଳ ଅନ୍ତର୍ଗତ ୧୩ ଟି ପଞ୍ଚାୟତ ଗସ୍ତକରି ଥିବା ବେଳେ ପ୍ରତ୍ୟେକ ଗ୍ରାମ ଗୁଡିକର ବିକାଶ ନିମନ୍ତେ ରହିଥିବା ଆବଶ୍ୟକୀୟ ପ୍ରକଳ୍ପ ପାଇଁ ସିଧାସଳଖ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏବଂ ଗ୍ରାମବାସୀଙ୍କ ପ୍ରସ୍ତାବକୁ ଗୁରୁତ୍ବପୂର୍ଣ୍ଣ ଭାବେ ଗ୍ରହଣ କରି ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ରବିବାର ସକାଳ ୮ ବେଳେ ସୁନାମୁହିଁ ପଞ୍ଚାୟତ ଠାରୁ କାର୍ଯ୍ୟ ଆରମ୍ଭ କରି ଗିରିଡିପଲ୍ଲୀ, କୁରାଳ, କୋମଣ୍ଡ, ରୋହିବାଙ୍କ, ରଙ୍ଗଣୀପାଟଣା, ପନ୍ତିଖାରୀ, ରବିଗାଡିଆ, ପାଣ୍ଡେରିପଡା, ବାଣ୍ଠପୁର, ଗୌଡପୁଟୁ, ନନ୍ଦିଘୋର, ଆରଡା ପଞ୍ଚାୟତ ଗୁଡ଼ିକୁ ଗସ୍ତ କରି ପୂର୍ବରୁ ଚାଲଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହିତ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବ ବୋଲି କହିଥିଲେ । ଖୁବଶୀଘ୍ର ବଦଳିବ ଗାଁର ରୂପରେଖ । ପ୍ରସ୍ତାବିତ ନୂତନ ଉନ୍ନୟନ କାର୍ଯ୍ୟର ଆକଳ ଅନୁସାରେ ୧୩ ପଞ୍ଚାୟତ ପାଇଁ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ହେବ ବୋଲି ପ୍ରସ୍ତାବ ହୋଇଛି । ଏହି ପ୍ରକଳ୍ପ ଗୁଡ଼ିକୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ପଠାଯିବ । ସେଠାରୁ ମଞ୍ଜୁର ହୋଇ ଅର୍ଥ ଆସିଲେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ ବିଧାୟକ । ଶାନ୍ତିପୂର୍ଣ୍ଣ ଭାବେ ସହଯୋଗ ଜାରି ରଖିଲେ ପ୍ରଗତିର ଚକ କେବେ ଅଟକିବ ନାହିଁ, ଏକଥା ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି ବିଧାୟକ ପ୍ରତ୍ୟେକ ପଞ୍ଚାୟତରେ ଅନୁଷ୍ଠିତ ପଥପ୍ରାନ୍ତ ସଭା ମାନଙ୍କରେ ବିଧାୟକ କହିଥିଲେ । ଆଜିର ଗସ୍ତ କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ଝୀଲ୍ଲି ପ୍ରଧାନ ଏବଂ ପଞ୍ଚାୟତ ଜନପ୍ରତିନିଧି ମାନେ ସାମିଲ ହୋଇ ବିଧାୟକଙ୍କୁ ଆଲୋଚନା ସମୟରେ ସହଯୋଗ କରିଥିଲେ ।

Leave A Reply

Your email address will not be published.