-
ସରକାରଙ୍କ ୫-“ଟି’ ଧାରା ଅନୁପାଳନରେ ବ୍ୟତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ-ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ
-
ଏକ ପେନସନ ସେଲ୍ ଉତ୍ସର୍ଗୀକୃତ (ସ୍ୱତନ୍ତ୍ର) ଭାବେ କାର୍ଯ୍ୟକରିବ
-
ଅବସରଗ୍ରହଣ କରୁଥିବା କର୍ମଚାରୀ ଅବସର ପାଇବା ଦିନ ନିଶ୍ଚିତ ଭାବେ ପେନସନ ପାଇବେ
ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗରେ ଏକ ପେନସନ ସେଲ୍ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବ ଏବଂ ସରକାରଙ୍କ ୫-“ଟି’ ଉପକ୍ରମ ଅନୁଯାୟୀ ସ୍ୱଚ୍ଛତା ଓ ଆନ୍ତରିକତା ପାଳନପୂର୍ବକ କାର୍ଯ୍ୟକରିବାକୁ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତିା
ଗତକାଲି ସରକାରୀ ଛୁଟି ଦିବସ ଥିଲେ ମଧ୍ୟ ସମୀକ୍ଷା ବୈଠକକୁ ଗୁରୁତ୍ୱ ଦେଇ ମନ୍ତ୍ରୀ ଶ୍ରୀ ନାୟକ ଦୁଇ ଘଣ୍ଟାରୁ ଊ–ର୍ ବିଭାଗୀୟ କାର୍ଯ୍ୟାବଳୀ ସଂପର୍କରେ ଆଲୋଚନା କରିଥିଲୋ ଏହି ଅବସରରେ ତୁରନ୍ତ ଏକ ପେନ୍ସନ୍ ସେଲ୍ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ଆରମ୍ଭ କରିବ ଏବଂ ଅବସରଗ୍ରହଣ କରୁଥିବା କର୍ମଚାରୀମାନେ ଅବସର ଗ୍ରହଣ କରିବା ଦିନ ଯେପରି ପେନ୍ସନ୍ ପାଇବେ ଏବଂ ସମସ୍ତ ବାକିଥିବା ପେନସନ କେସ୍ (ମାମଲା)ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫଇସଲା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲୋ
ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପିକ/ଅଧ୍ୟାପିକା ପଦବୀ ଓ ଶିକ୍ଷାଦାନ ବ୍ୟତୀତ ଅନ୍ୟାନ୍ୟ ପଦବୀ ପୂରଣ ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବା ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସରକାରୀ/ସରକାରୀ ଅନୁଦାନପ୍ରାପ୍ତ/ଜି.ଆଇ.ଏ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ବିଭାଗରେ ଥିବା ପଦବୀଗୁଡ଼ିକ ନିମନ୍ତେ ଡାଟାବେସ୍ ପ୍ରସ୍ତୁତି ଓ ଖାଲିଥିବା ପଦବୀଗୁଡ଼ିକୁ ନିରୀକ୍ଷଣ ଏବଂ ଯୁକ୍ତିଯୁକ୍ତ କରିବା ଉପରେ ପରାମର୍ଶ ଦେଇଥିଲୋ ରୁସା(ଆର୍ୟୁଏସ୍ଏ) ସ୍ଥିତି ଓ ବିଶ୍ୱବ୍ୟାଙ୍କ ଅନୁଦାନ, ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ବିଷୟ ସମ୍ବନ୍ଧରେ ସେ ସମୀକ୍ଷା କରିଥିଲୋ ରାଜ୍ୟରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଉଚ୍ଚଶିକ୍ଷାର ମାନବୃଦ୍ଧି ଏବଂ ବିକାଶ ଉପରେ ସବିଶେଷ ଆଲୋଚନା ହୋଇଥିଲାା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଭିନ୍ନ ହେଡ୍ରେ ଥିବା ଅନୁଦାନ ରାଶି ସଠିକ୍ ଭାବେ ବିନିଯୋଗ କରିବା, ନାକ୍ (ଏନ୍ଏଏସି) ରାଙ୍କିଂ ଏବଂ ଏନ୍ଆଇଆର୍ଏଫରେ ଅଂଶଗ୍ରହଣ କରିବା ସଂପର୍କରେ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲାା ଏହା ବ୍ୟତୀତ ମନ୍ତ୍ରୀ ଶ୍ରୀ ନାୟକ ଉଚ୍ଚଶିକ୍ଷା ସଚିବଙ୍କୁ ବିଭିନ୍ନ ମହାବିଦ୍ୟାଳୟରେ ଗଚ୍ଛିତ ଥିବା ଅର୍ଥରାଶି ଏବଂ ତା’ର ସହଳ ବିନିଯୋଗ ଉପରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲୋ
ଏହି ସମୀକ୍ଷା ବୈଠକରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲୋ