ଆସନ୍ତା ନୂଆଖାଇରେ ରିଲିଜ ହେବ ଚଳଚ୍ଚିତ୍ର ଖରା

0

https://youtu.be/ZZV6JaK_7j0

ଶୁଭମୁକ୍ତି ଘୋଷଣା ଅବସରରେ ଯୋଗଦେଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ।

ଟିଟିଲାଗଡ଼ – ସ୍ଥାନୀୟ ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ଯୁଗଳ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମାତା ମାନସୀ ପାଣିଗ୍ରାହୀ ଓ ସହ ନିର୍ମାତା ତଥା ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲଙ୍କ ଚଳଚିତ୍ତ୍ର ଖରା ଆସନ୍ତା ନୂଆଁଖାଇ ଅବସରରେ ଶୁଭମୁକ୍ତି ହେବାର ଆଜି ଘୋଷଣା କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜଳ ସମ୍ପଦ, ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଯୋଗ ଦେଇଥିବା ବେଳେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସମସ୍ତ କଳାକାର ଉପସ୍ଥିତ ଥିଲେ। ଏହି ଚଳଚ୍ଚିତ୍ରଟିକୁ ଚୟନ କର୍ତ୍ତା ମାନଙ୍କ ଠାରୁ ସାତଟି ପୁରସ୍କାର ପାଇଥିବା ବେଳେ ଏହାର ସଫଳତା ସହ ଶୁଭ ମୁକ୍ତି ଘୋଷଣା କରାଯାଇଛି।

ଏହି ଚଳଚ୍ଚିତ୍ରରେ ଜଗଦାନନ୍ଦ ଛୁରିଆ, ଶ୍ରୀକର ମିଶ୍ର, ଗଦାଧର ବାରିକ, ସୁଶୀଳା ନାୟର, ଅଶୋକ ବେହେରା, ଲଳିତ ପୁଝାରୀ, ସଭ୍ୟ ଦୀପ, ସୈରେନ୍ଦ୍ରି ବାରିକ, ପଦ୍ମଜା ବହିଦାର, ସର୍ବେଶ୍ଵର ଭୋଇ, ଏଲୋରା ତନ୍ତୀ, ହମିତ ସାଗର, ଶ୍ରୀକାନ୍ତ ଷଡଙ୍ଗୀ, ଅସ୍ମୀ ମିଶ୍ର, ସକମ୍ବରି ବାରି, ଅଧ୍ୟାନ ବାରିକ ଅଭିନୟ କରିଥିବା ବେଳେ କଣ୍ଠ ଦାନ କରୀଛନ୍ତି ଦୁଃଖିଶ୍ୟ।ମ ତ୍ରିପାଠୀ, ପଙ୍କଜ ଜାଲ, ମାନସୀ ପାଣିଗ୍ରାହୀ, ରୁକୁ ସୁନା, ସର୍ବେସ୍ୱର ଭୋଇ, ସାନ ଛତ୍ରିଆ, ବଡ଼ ଛତ୍ରିଆ।

ଟିଟିଲାଗଡ଼ ସହରର ଖରା, ଦାଦନ ଶ୍ରମିକର କାହାଣୀ, ଅଭାବ ଅନାଟନ ସହ ପାଣିର ଅଭାବ ଯୋଗୁଁ ଚାଷ ନ ହେବା ଯୋଗୁଁ ମହାଜନୀ ଠାରୁ ସୁଧ ଆଣି କିପରି ବାହାର ରାଜ୍ୟକୁ ଦାଦନ ଖଟିଯିବାର ଦୁଃଖ ସହ ଏହି ଅଞ୍ଚଳରେ ଥିବା ଲୋକଙ୍କ ସଂଘର୍ଷର କାହାଣୀର ଝଲକ ହେଉଚି ଏହି ଚଳଚ୍ଚିତ୍ର ଖରା ବୋଲି ନିର୍ଦ୍ଦେଶକ ଜୁଗଳ ସାହୁ କହିଛନ୍ତି।

Leave A Reply

Your email address will not be published.