ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ କନକପୁରର ମା’ ଶାରଳାଙ୍କ ମନ୍ଦିରରେ ଶୃଙ୍ଖଳା ଆଣିବାକୁ ନୂଆ ନିୟମାବଳି ଲାଗୁ ହୋଇଛି। ଏଥିରେ ମା’ଙ୍କ ନୀତିକାନ୍ତିରେ ସଂସ୍କାର, ଯାତ୍ରୀମାନଙ୍କ ସୁରକ୍ଷା, ପୀଠର ପବିତ୍ରତା ରକ୍ଷା ଓ ପରିବେଶର ସୁରକ୍ଷା ଉପରେ ଗୁରୁତ୍ଵ ଆରୋପ କରାଯାଇଛି। ନୂଆ ନିୟମାବଳି ଅନୁଯାୟୀ ମା’ଙ୍କ ମଝିଦେଉଳ ଓ ଗର୍ଭଗୃହକୁ ମୋବାଇଲ୍ ଏବଂ ଜରି ପଲିଥିନ ନିଷେଧ କରାଯାଇଛି । ସେହିପରି ମା’ଙ୍କ ବିଗ୍ରହଙ୍କ ଫଟୋ ଉଠାଯାଇ ପାରିବ ନାହିଁ । ବେଢ଼ାରେ ମୋବାଇଲରେ ଫଟୋ ଉଠାଇଲେ ଜୋରିମାନା ଲାଗୁ ହେବ। ନିର୍ଦ୍ଦିଷ୍ଟ ସମୟ ବ୍ୟତୀତ ମା’ଙ୍କ ବିଗ୍ରହରୁ ଚନ୍ଦନ ଓ ଫୁଲମାଳ ଆଣିବା ନିଷେଧ କରାଯାଇଛି l ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିୟମ ଗୁଡିକ ହେଉଛି -ମନ୍ଦିରରେ ମା’ଙ୍କ ବିଗ୍ରହର ଫଟୋ ଉଠାଇବା ନିଷେଧ,ବେଢ଼ା ଭିତରେ ଫଟୋ ଉଠାଇଲେ ହେବ ଫାଇନ,ଶାରଳା ମନ୍ଦିର ମଧ୍ୟକୁ ପଲିଥିନ ମଧ୍ୟ ମନା,ଅବିବାହିତ ସେବକଙ୍କୁ ଗର୍ଭଗୃହ ପ୍ରବେଶ ମନା,ନିର୍ଦ୍ଦିଷ୍ଟ ସମୟ ବ୍ୟତୀତ ମା’ଙ୍କ ବିଗ୍ରହରୁ ଚନ୍ଦନ ଓ ଫୁଲମାଳ ଆଣିବା ନିଷେଧ,ଶ୍ରଦ୍ଧାଳୁ ବା ସେମାନଙ୍କ ପିଲାଙ୍କୁ ଗର୍ଭଗୃହ ମଧ୍ୟକୁ ନେବା ନିଷେଧ,ମଝି ଦେଉଳ ଓ ଗର୍ଭଗୃହ ମଧ୍ୟକୁ ମୋବାଇଲ ନେବା ମନା,ଫଟୋ ଉଠାଇଲେ ପ୍ରଥମେ ୫୦୦, ୨ୟ ଥର ହଜାରେ ଜରିମାନା,ବ୍ରତ ହୋଇନଥିବା ପଣ୍ଡା ସେବକ, ଅବିବାହିତ ରାଉଳ ସେବକଙ୍କୁ ଗର୍ଭଗୃହ ମନା । ଯାତ୍ରୀ ଓ ସେମାନଙ୍କ ପିଲାମାନେ ଗର୍ଭଗୃହକୁ ଯାଇପାରିବେ ନାହିଁ। ବ୍ରତ ହୋଇ ନଥିବା ଓ ଅବିବାହିତ ସେବକ ଗର୍ଭଗୃହକୁ ପଶି ପାରିବେ ନାହିଁ । ସେହିପରି ପଣ୍ଡା ସେବକମାନେ ଯାତ୍ରୀ ଓ ମନ୍ଦିର କର୍ମଚାରୀମାନଙ୍କୁ ଖରାପ ବ୍ୟବହାର କଲେ ଫୁଲିସକୁ ଲିଖିତ ଅଭିଯୋଗ କରିପାରିବେ । ଯାତ୍ରୀମାନଙ୍କୁ ଜୁଲମ୍ କରି ଅର୍ଥ ଆଦାୟ କଲେ ଅଭିଯୋଗ ଭିଭିରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କେବଳ ସେତିକି ନୁହେଁ, ଭକ୍ତ ଓ ସେବାୟତଙ୍କ ପାଇଁ ଅଭିଯୋଗ ବାକ୍ସ ଓ ଅଭିଯୋଗ ପୁସ୍ତକର ବ୍ୟବସ୍ଥା କରାଯିବ l
Sign in
Sign in
Recover your password.
A password will be e-mailed to you.
Next Post