ଇନର ହୁଇଲ କ୍ଲବ ପକ୍ଷରୁ ୭୪ ତମ ବନ ମହୋତ୍ସବ ଅନୁଷ୍ଠିତ

0

ସମ୍ବଲପୁର – ୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଇନର ହୁଇଲ କ୍ଲବ (ହେଣ୍ଡଲୁମ ସିଟି) ପକ୍ଷରୁ ପଟ୍ଟନାୟକ ପଡା ସ୍ଥିତ ବ୍ରଜମୋହନ ପ୍ରାଥମିକ ବିଦ୍ୟାଳୟ ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଶିକ୍ଷକଙ୍କ ଅନୁରୋଧ କ୍ରମେ ଅନୁଷ୍ଠିତ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଇନର ହୁଇଲ କ୍ଲବର ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ରସିକ ବାହାଦୁର, ସମ୍ପାଦିକା ଶ୍ରୀମତୀ ମଞ୍ଜୁସା ବୈସମପୟମ, ଅଡିଟର ପୁଷ୍ପା ହରିଚନ୍ଦନ ଓ ଇନର ହୁଇଲ୍ କ୍ଲବ ଅଧ୍ୟକ୍ଷା ଶ୍ରୀମତୀ ମମତା ମଞ୍ଜରୀ ବାରିକ, ସମ୍ପାଦିକା ଜ୍ୟୋତି ସିଂ ବରିହା ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ l


ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.