କେନ୍ଦୁଝର :-ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦେଶ କ୍ରମେ ଆଜି ଭାରତୀୟ ରେଡ଼କ୍ରସ ସଂସ୍ଥା କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ହରିଚନ୍ଦନପୁର ବ୍ଲକ ରେବଣାପଳାସପାଳର ଦେହୁରୀ ସାହି, କେନ୍ଦୁବାଣୀ ସାହି, ସୁଆ କାଠି ସାହି ଉପାନ୍ତ ଅଞ୍ଚଳ ର ଦୁଇଶହ ରୁ ଉର୍ଧ୍ଵ ଆଦିବାସୀ ମହିଳା, ପୁରୁଷ, ଙ୍କୁ ପାନୀୟ ଜଳ ବ୍ୟବହାର ପାଇଁ ଉନ୍ନତ ଧରଣ ର ବାଲ୍ଟି, ହାଇଯେନିକ କିଟ, ଗାଧୁଆ ସାବୁନ, କମ୍ବଳ ବଣ୍ଟନ କରାଯାଇଛି | ଜିଲ୍ଲା ଆପାତକାଳୀନ ଅଧିକାରିଣୀ ଶ୍ରୀମତୀ ସୁରଞ୍ଜିକା ବେହେରା, ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଏ ଆର ଖାନ, ଜିଲ୍ଲା ବିପର୍ଯୟ ପରିଚାଳନା ପ୍ରକଳ୍ପ ଅଧିକାରୀ ସୁଧାଂଶୁ ପୃଷ୍ଟି, ସମାଜସେବୀ ଶ୍ରୀମତୀ ଧରିତ୍ରୀ ରାଉତ ପ୍ରମୁଖ ଏହି ଜନହିତେଇସୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.