ରାଉରକେଲା,(ବସନ୍ତ କୁମାର ଜେନା): ଏଥିରେ ମୁଖ୍ୟ ଅତିଥି ସମାଜସେବୀ ଶ୍ରୀଯୁକ୍ତ ଚନ୍ଦ୍ରମଣି ମାଝୀ ବୃକ୍ଷ ରୋପଣ କରିବା ସହିତ ଆମ ଜୀଵନରେ ବୃକ୍ଷର ଗୁରୁତ୍ବ ବିଷୟ ରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ପାଣିଗ୍ରାହୀ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ଉପରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପିକା ସାଗରିକା ନାୟକ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୃ୍କ୍ଷରୋପଣ ର ମହତ୍ତ୍ଵ ଉପସ୍ଥାପନ କରି ଥିଲେ। ଅଧ୍ୟାପକ କନ୍ନହେୟା ଲାଲ ଅଗ୍ରୱାଲ ପ୍ରତ୍ୟେକ ପିଲା ଗୋଟିଏ ଗୋଟିଏ ଚରା ରୋପଣ କରି ତାର ଯତ୍ନ ନେବା ପାଇଁ ଉପଦେଶ ଦେଇଥିଲେ। ଅନ୍ୟାନ୍ୟ ଅଧ୍ୟାପିକା ପୂଜା ପାରିଖ, ସ୍ୱାତୀଲଗ୍ନା ସାହୁ, ନମିତା ମହାପାତ୍ର, ଲିପିକା ପଣ୍ଡା , ରାଜଲକ୍ଷ୍ମୀ ଦାସ, ଅମ୍ରିତା ବାରିକ୍ , ପ୍ରତାପ ମୁଦୁଲି, ନୀଳାଦ୍ରି ରାଉତରାୟ ତଥା ମୁଖ୍ୟ କିରାଣୀ ବିଶ୍ଵନାଥ ଦାସ, ବିଶ୍ୱଜିତ୍ ମିଶ୍ର, କର୍ମଚାରୀ ଦୀପକ ସାହୁ, ଜଗନ୍ନାଥ ବେହେରା ପୁଜା ନାଏକ ଯୋଗଦାନ କରିଥିଲେ । ମହାବିଦ୍ୟାଳୟ ର ରାଷ୍ଟ୍ର ସେବା ସଂସ୍ଥାନ ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀକାନ୍ତ ହରିଚନ୍ଦନ ଓ ଛାତ୍ରଛାତ୍ରୀ ମାନେ ଏହି କାର୍ଯକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲି ।
Sign in
Sign in
Recover your password.
A password will be e-mailed to you.
Prev Post