ହଲକାଦାଦର ରେ ବନ ମହୋତ୍ସବ ପାଳିତ

0

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ବରୀମୁଣ୍ଡା ଗ୍ରାମ୍ଯ ଜଂଗଲ ସଂରକ୍ଷଣ କମିଟୀ ଓ ବନ ସୁରକ୍ଷା ସମିତି ହଲକାଦାଦର ଆନୁକୁଲ୍ୟରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବରିମୁଣ୍ଡା ଗ୍ରାମ୍ଯ ଜଂଗଲ ସଂରକ୍ଷଣ କମିଟୀର ସଭାପତି ପ୍ରକୃତିବନ୍ଧୁ ରାମଚନ୍ଦ୍ର ନାୟକ ସଭାପତିତ୍ବ କରିଥିବା ବେଳେ ବନ ବିଭାଗ ଫରେଷ୍ଟର କୈଳାଶ ଚନ୍ଦ୍ର ମାଝୀ ମୂଖ୍ଯ ଅତିଥି,ପ୍ରକୃତିବନ୍ଧୁ ମୀନକେତନ ସାହୁ ମୂଖ୍ଯ ବକ୍ତା ଓ ସମ୍ମାନିତ ଅତିଥି ଭାବରେ ରାଜବୋଡ଼ାସମ୍ବର ବ୍ଳକ ବିଏଲସି ଯୋଗେଶ୍ବରୀ ଧରୁଆ,ପ୍ରକୃତିବନ୍ଧୁ ମହାଦେବ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରି ବୃକ୍ଷ ରୋପଣ ଓ ଜଂଗଲ ସଂରକ୍ଷଣ ସଂପର୍କିତ ବକ୍ତବ୍ଯ ପ୍ରଦାନ କରିଥିଲେ ।ସଭାରେ ପ୍ରତ୍ୟେକ ଘରରୁ ପୁରୁଷ ମହିଳା ଗଛ ସହିତ ଶୋଭାଯାତ୍ରାରେ ଜଂଗଲ ରାସ୍ତାକୁ ଯାଇ ବୃକ୍ଷ ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବନ ବିଭାଗର କର୍ମଚାରୀ ଓ ଗ୍ରାମ ବାସୀ ସହଯୋଗ କରିଥିଲେ।

Leave A Reply

Your email address will not be published.